ସମିତି ସଭ୍ୟାଙ୍କ ସ୍ବାମୀଙ୍କୁ ଗୁଳି କରି ହତ୍ୟା
ବଲାଙ୍ଗୀର: ନବ ନିର୍ବାଚିତ ସମିତି ସଭ୍ୟାଙ୍କ ସ୍ବାମୀଙ୍କୁ ଗୁଳି କରି ହତ୍ୟାକଲେ ଦୁର୍ବୃତ୍ତ । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ବାଗଡୋର୍ ଗ୍ରାମ ପଞ୍ଚାୟତରେ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ନୂତନ ସମିତିସଭ୍ୟା ବନିତା ବିଶ୍ଵାଳଙ୍କ ସ୍ଵାମୀ ଲୋକନାଥ ବିଶ୍ଵାଳ ଦୁର୍ବୃତ୍ତଙ୍କ ଗୁଳିରେ ଆଖି ବୁଜିଛନ୍ତି ।
ସେ ଲାଠରରୁ ଫେରୁଥିବା ବେଳେ ଅଧ ରାସ୍ତାରେ ତାଙ୍କୁ ଗୁଳି କରାଯାଇଥିଲା । ତାଙ୍କୁ ଉଦ୍ଧାର କରି ବେଲପଡ଼ା ଡ଼ାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଖବର ମିଳିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଦୁଇଜଣଙ୍କୁ ଲାଠର ପୋଲିସ ଥାନାରେ ଅକଟକ ରଖି ପଚରାଉଚାର ଜାରି ରଖିଛି ପୋଲିସ ।
Powered by Froala Editor