ବୋମା ଫୁଟି ୩ ନାବାଳିକା ଗୁରୁତର : ପୋଖରୀ ଭିତରେ ବୋମା ପକାଇଲା କିଏ?

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଟିଲୋ ପଞ୍ଚାୟତ ଅଧୀନ ତ୍ରିକୋଣା ଗାଁରେ ଅଘଟଣ ଘଟିଛି। ବୋମ୍ ଫୁଟି ୩ ଜଣ ନାବାଳିକା ଗୁରୁତର ଆହତ ହୋଇଛନ୍ତି। ଗୁରୁତର ୩ଜଣ ନାବାଳିକାଙ୍କୁ ପ୍ରଥମେ ବନ୍ତ ଓ ପରେ ଭଦ୍ରକକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ଏହି ୩ ନାବାଳିକାଙ୍କ ମଧ୍ୟରୁ ୨ ଭଉଣୀ ଥିବା ସୂଚନା ମିଳିଛି। ଅଘଟଣ ପରେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ତନାଘନା ଚଳାଇଛି।
ସୂଚନା ଅନୁସାରେ ଆଜି ଅପରାହ୍ନରେ ଦେବତା ଗଡ଼ିଆ ଗାଁର ୩ ଜଣ ନାବାଳିକା ସବିତା ମୁର୍ମୁ (୯), ପୂଜା ହାଁସଦା (୧୦) ବାସନ୍ତୀ ହାଁସଦା (୮) ତ୍ରିକୋଣା ଗାଁ ଛକ ନିକଟରେ ଖେଳୁଥିଲେ। ଏହି ସମୟରେ ରାସ୍ତା ନିକଟ ପୋଖରୀ ଭିତରେ ସେମାନେ ଏକ ପଲିଥିନ୍ ଭିତରେ କିଛି ଜିନିଷ ଥିବା ଦେଖିଥିଲେ। ଉତ୍ସୁକତା ଯୋଗୁ ତିନିଜଣ ଯାକ ପୋଖରୀ ଭିତରୁ ଉକ୍ତ ପଲିଥିନ୍ଟିକୁ ଆଣି ଖୋଲିବା ବେଳେ ତା’ ଭିତରୁ ଏକ ବୋମ୍ ପରି ଏକ ଜିନିଷ ଖସିପଡ଼ି ଫୁଟିଯାଇଥିଲା। ଫଳରେ ସବିତା, ପୂଜା ଓ ବାସନ୍ତୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ସଂଗେ ସଂଗେ ୧୦୮ ଆମ୍ବୁଲାନ୍ସ ଯୋଗେ ବନ୍ତ ଓ ପରେ ଭଦ୍ରକ ଡାକ୍ତରଖାନା ପଠାଇଥିବା ଜଣାପଡ଼ିଛି। ତେବେ ପୋଖରୀ ଭିତରେ ବୋମ୍ କେଉଁଠୁ ଆସିଲା, ସେନେଇ ପୁଲିସ ତଦନ୍ତ ଚଳାଇଛି।
Powered by Froala Editor