ପାର୍ଲରରୁ ଜବତ ହେଲା ବିଦେଶୀ ମଦ

ଭୁବନେଶ୍ୱର: ପୌର ନିର୍ବାଚନ ପରିପ୍ରେକ୍ଷୀରେ ୨୬ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମଦ ବିକ୍ରି ସଂପୂର୍ଣ୍ଣ ବାରଣ କରାଯିବା ସହ, ଡ୍ରାଏ ଡେ ଘୋଷଣା କରାଯାଇଥିଲା । ତେବେ ଏହି ସମୟରେ ବେଆଇନ୍ଭାବେ ବିଦେଶୀ ମଦ ବିକ୍ରି କରୁଥିବାବେଳେ ସୂଚନା ପାଇ ଭୁବନେଶ୍ୱର ଭ୍ରାମ୍ୟମାଣ ଅବକାରୀ ଦଳ ଚଢଉ କରି ଏକ ବାର୍ ଉପର ମହଲାରେ ଥିବା ପାର୍ଲରରୁ ପ୍ରାୟ ୯୦ ପେଟି ବିଦେଶୀ ମଦ ଜବତ କରିଛି । ଜବତ ମଦର ଆନୁମାନିକ ମୂଲ୍ୟ ୯ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।
ସୂଚନା ଅନୁସାରେ ଗ୍ୟାରେଜ ଛକ ନିକଟରେ ଥିବା ଏକ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନରେ ଡ୍ରାଏ ଡେ ରେ ମଦ ବିକ୍ରି ହେଉଥିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିଥିଲା । ଅବକାରୀ ନୀରିକ୍ଷକ ସମରଜିତ୍ ଦାଶଙ୍କ ନେତୃତ୍ୱରେ ମଦ ଦୋକାନ ଉପରେ ଚଢଉ କରାଯାଇଥିଲା । ଦୋକାନର ଗୋଦାମ ଓ ରୋଷେଇ ଘରୁ ମଦ ଜବତ ହୋଇଥିଲାବେଳେ ଉପର ମହଲାରେ ଥିବା ପାର୍ଲରରୁ ମଧ୍ୟ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଥିଲା । ଏହି ଘଟଣାରେ ଅବକାରୀ ବିଭାଗ ମାନସ ରଂଜନ ନାୟକ ଓ ଜନ୍ମେଞ୍ଜୟ ବିଶ୍ୱାଳଙ୍କୁ ଗିରଫ କରିଛି ।
Powered by Froala Editor