ନୟାଗଡ ଜିଲ୍ଲାରେ ବିଜେଡି ବିଜୟୀ

ନୟାଗଡ: ଏବେ ପୌର ଗଣତି ଭୋଟ ଚାଲିଛି । ନିର୍ବାଚନ ଫଳାଫଳକୁ ନେଇ ସମସ୍ତଙ୍କ ମନରେ ସ୍ୱାଭାବିକ ଭାବେ ଉସôାହ ପରିଲକ୍ଷିତ ହୋଇଛି । ତେବେ ଯାହା ଆଶା କରାଯାଉଥିଲା ସେଇଆ ହିଁ ହୋଇଛି । ବିଜେଡ଼ି ବହୁ ଆଗରେ ରହିଥିବାବେଳେ ଅନେକ ପୌର ପରିଷଦରେ ବିରୋଧୀ ପୋଛି ହୋଇଯାଇଛନ୍ତି ।
ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଫଳରେ ଗଣନା କେନ୍ଦ୍ର ଆଗରେ ସକାଳୁ ସକାଳୁ ଭିଡ଼ ପରିଲକ୍ଷିତ ହୋଇଥିଲା। ତେବେ ନୟାଗଡ ମୁ୍ୟନିସିପାଲିଟିରେ ବିଜେଡିର ନିରୂପମା ଖଟେଇ ବିଜୟୀ ହୋଇଛନ୍ତି ।
ପ୍ରକାଶ ଯେ ପୌର ପରିଷଦରେ ୫ଟି ଟେବୁଲ ଏବଂ ମହାନଗର ନିଗମରେ ୧୨ଟି ଟେବୁଲରେ ଭୋଟ ଗଣତି ହେଉଛି । କାଉନସିଲର ଓ କର୍ପୋରେଟରଙ୍କ ପାଇଁ ଯେତିକି ଟେବୁଲର ବ୍ୟବସ୍ଥା ହୋଇଛି ସେହି ସ୍ଥାନରେ ସେତିକି ଟେବୁଲରେ ପୌରଧ୍ୟକ୍ଷ ଓ ମେୟରଙ୍କ ପାଇଁ ଭୋଟ ଗଣତି ହେଉଛି । ପ୍ରତି ଗଣତି କେନ୍ଦ୍ରରେ ସିସିଟିଭି କିମ୍ବା ଭିଡିଓଗ୍ରାଫିର ବ୍ୟବସ୍ଥା ହୋଇଛି । ତିନିଥାକିଆ ସୁରକ୍ଷା ବ୍ୟବସ୍ଥାରେ ଇଭିଏମ ଗଣତି ପୂର୍ବରୁ ପ୍ରଥମେ ପୋଷ୍ଟଲ ବାଲଟ ଗଣତି ଚାଲିଛି । ପ୍ରତି ୱାର୍ଡର ଗଣତି ପରେ ଫଳ ଘୋଷଣା ହେବ । ସେହିପରି ମେୟର ଓ ପୌରଧ୍ୟକ୍ଷଙ୍କ ପ୍ରତ୍ୟେକ ରାଉଣ୍ଡ ପରେ ଫଳାଫଳ ଘୋଷଣା କରାଯିବ । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, ଜଣେ ସହକାରୀ ନିୟୋଜିତ ରହିଛନ୍ତି ।
Powered by Froala Editor