କଟକରେ କଂଗ୍ରେସ ଆଗୁଆ

ଭୁବନେଶ୍ୱର : ସମସ୍ତଙ୍କ ନଜର ଏବେ ୩ ମହାନଗର ନିଗମ ଉପରେ । ତେବେ କଟକରେ କମାଲ ଦେଖାଇଛି କଂଗ୍ରେସ । ଦ୍ୱିତୀୟ ରାଉଣ୍ଡ ଗଣତି ସୁଦ୍ଧା କଟକରେ କଂଗ୍ରେସର ଗିରିବାଳା ବେହେରା ଆଗୁଆ ରହିଛନ୍ତି । ଅର୍ଥାତ ପ୍ରଥମ ରାଉଣ୍ଡରେ ବିଜେଡ଼ିର ସୁବାସ ସିଂ ପ୍ରଥମେ ଆଗରେ ଥିବାବେଳେ ପରବର୍ତୀ ସମୟରେ ଗିରିବାଳା ଆଗରେ ଅଛନ୍ତି । ଏବେ ସେ ୪୦୦ ଭୋଟରେ ଆଗୁଆ ଥିଲେବି ଆଗକୁ ଅନେକ ରାଉଣ୍ଡ ଗଣତି ରହିଛି ।
ଭୁବନେଶ୍ୱରରେ ବିଜେଡ଼ି ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ଆଗରେ ରହିଛନ୍ତି । ଯେତେବେଳେକି ବିଜେପି ପ୍ରାର୍ଥିନୀ ଡକ୍ଟର ସୁନୀତ ମୁଣ୍ଡ ଓ କଂଗ୍ରେସର ମଧୁସ୍ମିତା ଆଚାର୍ଯ୍ୟ ପଛରେ ରହିଯାଇଛନ୍ତି ।
ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ଫଳରେ ଗଣନା କେନ୍ଦ୍ର ଆଗରେ ସକାଳୁ ସକାଳୁ ଭିଡ଼ ପରିଲକ୍ଷିତ ହୋଇଥିଲା । ତେବେ କେତେକ ସ୍ଥାନରେ ଭୋଟ ଗଣତି ବିଳମ୍ବିତ ହୋଇଥିବା ଲକ୍ଷ୍ୟ କରାଯାଇଛି ।
ସୂଚନାଯୋଗ୍ୟଯେ, ରାଜ୍ୟର ୧୦୯ ପୌର ପରିଷଦରେ ଭୋଟ ହୋଇଥିଲେବି ୧୦୮ଟିରେ ଗଣତି କରାଯାଉଛି । ଧାମନଗରର ଫଳାଫଳ ଆଜି ଆସିପାରିବ ନାହିଁ । ମୁନିସପାଲଟିରେ କାଉନସିଲର ଓ ଅଧ୍ୟକ୍ଷଙ୍କ ଭୋଟ ଗଣତି ପାଇଁ ୫ଟି ଟେବୁଲର ବ୍ୟବସ୍ଥା ଥିବାବେଳେ ତିନି ମହାନଗର ନିଗମର କର୍ପୋରେଟର ଓ ମେୟରଙ୍କ ଭୋଟ ଗଣତି ପାଇଁ ୧୨ଟି ଲେଖାଏଁ ଟେବୁଲ ରହିଛି ।
Powered by Froala Editor