ରାଜ୍ୟପାଳଙ୍କ ଅଭିଭାଷଣ, ଦିବଙ୍ଗତ ସଦ୍ୟସ୍ୟଙ୍କୁ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର: ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ । ଏହା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନରେ ମୋଟ ୬ଟି କାର୍ଯ୍ୟଦିବସ ରହିଛି । ୩୦ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ । ମାଚ୍ଚର୍୍ ୩୧ ତାରିଖରେ ଭୋଟ ଅନ୍ ଆକାଉଣ୍ଟ ସଂକ୍ରାନ୍ତୀୟ ବ୍ୟୟମଂଜୁରି ବିଲ୍ ପାରିତ ହେବ ।
ଆଜି ୧୧ଟାରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ବିଧାନସଭାରେ ପହଞ୍ଚିଥଲେ । ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହପରେ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା । ଅଧିବେସନ ଆରମ୍ଭରେ ରାଜ୍ୟପାଳ ଗଣେଶୀଲାଲ ଅଭିଭାଷଣ ରଖୁଛନ୍ତି । ସିଡିଏସ୍ ବିପିନ୍ ରାୱତଙ୍କ ସହ ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ରାଜ୍ୟପାଳ ସମବେଦନା ଜଣାଇଛନ୍ତି । କରୋନା କାଳରେ ଲଢିଥିବା ଯୋଦ୍ଧାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ରାଜ୍ୟର ପ୍ରତି ଲୋକକୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଦିଆଯାଉଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜରିଆରେ ମାଗଣାରେ ସେବା ଯୋଗାଇ ଦିଆଯାଉଛି । କ୍ୟାପିଟାଲ ହସ୍ପିଟାଲରେ ପିଜିଆଇ ପାଇଁ ସରକାର ମଂଜୁର କରିଛନ୍ତି । କରୋନା ମୁକାବିଲା ପାଇଁ ୫କୋଟିରୁ ଅଧିକ ଟିକା ଦିଆଗଲାଣି । କରୋନା ଟେଷ୍ଟିଂ ପାଇଁ ବ୍ଲକସ୍ତରରେ ବି ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି ।
Powered by Froala Editor