ଭୋଟ ଦେଲେ ପ୍ରଣବପ୍ରକାଶ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଜାରି ରହିଛି ଭୋଟିଂ । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟିଂ । ଏନଏସି, ପୌର ଏବଂ ମହାନଗର ନିଗମର ୧୭୩୭ ୱାର୍ଡରେ ଚାଲିଛି ନିର୍ବାଚନ । ୪ ୩୭୩ ବୁଥରେ ମୋଟ ୪୦ ଲକ୍ଷରୁ ଅଧିକ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ପୌର ନିର୍ବାଚନରେ ଭୋଟ ଦେଇଛନ୍ତି ବହୁ ରାଜନେତା ଓ ଅଧିକାରୀ ।
ଏହାରି ଭିତରେ ଭୋଟ ଦେଇଛନ୍ତି ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଯାଜପୁର ପୌରାଞ୍ଚଳର ବାହାବଳପୁର ନୋଡାଲ ଉ.ପ୍ରା ବିଦ୍ୟାଳୟରେ ବିଧାୟକ ପ୍ରଣବ ପ୍ରକାଶ ଦାସ ସାଧାରଣ ଭୋଟରଙ୍କ ଭଳି ଧାଡିରେ ଛିଡା ହୋଇ ଭୋଟ ଦେଇଛନ୍ତି । ପୂର୍ବରୁ ଅପେକ୍ଷା ରତ ମହିଳା ଓ ବୟସ୍କ ଭୋଟରଙ୍କୁ ଆଗେ ଭୋଟ ଦେବା ପାଇଁ ସୁଯୋଗ ଦେଇଥିଲେ। ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇଥିବାରୁ ସେ ନିଜକୁ ଗର୍ବିତ ଅନୁଭବ କରିଥିଲେ ।
ଅନ୍ୟପକ୍ଷରେ ଦିନ ୧୨ଟା ସୁଦ୍ଧା ୩ଟି ମହାନଗର ନିଗମ ଯଥା କଟକ, ଭୁବନେଶ୍ୱର ଓ ବ୍ରହ୍ମପୁରରେ ହାରାହାରି ୨୧ ପ୍ରତିଶତ ମତଦାନ ହୋଇଛି । ସେହିପରି ୩ ମହାନଗର ଛାଡ଼ି ଅନ୍ୟ ସହରାଞ୍ଚଳରେ ୩୨ ପ୍ରତିଶତ ମତଦାନ ହୋଇଥିବା ଜଣାଯାଇଛି । ଅନ୍ୟପକ୍ଷରେ ଇଭିଏମ ତ୍ରୁଟି ଯୋଗୁ କୌଣସି ସ୍ଥାନରେ ଭୋଟ ଗ୍ରହଣ ବନ୍ଦ ହୋଇନି ବୋଲି ନିର୍ବାଚନ କମିଶନଙ୍କ ସଚିବ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
Powered by Froala Editor