ପୋଖରୀରେ ବୁଡ଼ିଗଲେ ୬ ବର୍ଷର ଦୁଇ ଶିଶୁ
ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ପାଇକକତ୍ରା ଗାଁରେ ଗାଧୋଇବାକୁ ଯାଇଥିବା ବେଳେ ୨ ଶିଶୁପୁତ୍ରଙ୍କ ମୃତ୍ୟୁ ହୋଇଛି। ପୋଖରୀକୁ ଗାଧୋଇବାକୁ ଯାଇ ଦୁଇ ଶିଶୁ ବୁଡ଼ିଯାଇଥିବା ଜଣାପଡ଼ିଥିବା ବେଳେ ମୃତକ ଦୁଇଜଣ ରାଜ ଭତ୍ରା (୬) ଏବଂ ଜିଜିକଲା ବାଘ (୬) ବୋଲି ସୂଚନା ମିଳିଛି । ଖବର ପାଇ ପାପଡାହାଣ୍ଡି ପୁଲିସ ଘଟଣାସ୍ଥଳରେ ପହଁଚିଥିଲା।
ଦୀର୍ଘ ସମୟ ଧରି ଦୁଇ ଶିଶୁ ଘରକୁ ଫେରିନଥିଲେ । ଫଳରେ ପରିବାର ଲୋକେ ସେମାନଙ୍କୁ ଖୋଜାଖୋଜି କରିଥିଲେ । ପରେ ପୋଖରି ହୁଡ଼ାରେ ଦୁହିଁ ଙ୍କ ପୋଷାକ ମିଳିଥିଲା। ପରେ ଗ୍ରାମବାସି ସେମାନଙ୍କୁ ପୋଖରୀରୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor