ସ୍କୁଲ ଡ୍ରେସ କୋର୍ଡ ଡିଜାଇନ କଲେ ମୁଖ୍ୟମନ୍ତ୍ରୀ
କୋଲକାତା: ପଶ୍ଚିମବଙ୍ଗ ସରକାର ରାଜ୍ୟର ସରକାରୀ ସ୍କୁଲରେ ଏକ ନୂଆ ଡ୍ରେସ କୋର୍ଡ ଲାଗୁ କରିବାକୁ ଯାଉଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗରେ ସମସ୍ତ ସରକାର, ଅର୍ଦ୍ଧ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ଛାତ୍ରଛାତ୍ରୀମାନେ ନୀଳ ଓ ଧଳା ରଂଗର ପୋଷାକ ପିନ୍ଧିବେ । ନୂଆ ଡ୍ରେସ କୋର୍ଡରେ ପଶ୍ଚିମବଙ୍ଗ ସରକାରଙ୍କ ‘ବିସ୍ୱା ବାଙ୍ଗଲା’ ଲୋଗୋ ମଧ୍ୟ ରହିବ । ଏହାର ଡିଜାଇନ ନିଜେ ମୁଖ୍ୟମନ୍ତ୍ରୀ କରିଛନ୍ତି ।
ଏକ ସରକାର ଆଦେଶ ଅନୁସାରେ ରାଜ୍ୟର ଏମଏସଏମଇ ବିଭାଗ ପକ୍ଷରୁ ନୂଆ ୟୁନିଫର୍ମ ଯୋଗାଇ ଦିଆଯିବ । ସୂଚନାଯୋଗ୍ୟ, ପ୍ରି-ପ୍ରାଇମେରିରୁ ୮ମ ଶ୍ରେଣୀ ଯାଏଁ ଛାତ୍ରମାନେ ଧଳା ସାର୍ଟ ଓ ନେଭି ବ୍ଲୁ ପେଣ୍ଟ ପିନ୍ଧିବେ । ସେହିପରି ଛାତ୍ରୀମାନଙ୍କୁ ନେଭି ବ୍ଲ ଫ୍ରକ ଓ ସଲୱାର କମୀଜ ସହିତ ଧଳା ସାର୍ଟ ଡ୍ରେସ କୋର୍ଡ ସୁନିଶ୍ଚିତ କରାଯାଇଛି । ଡ୍ରେସ କୋର୍ଡରେ ସରକାରଙ୍କ ଦ୍ୱାରା ସ୍ୱୀକୃତୀପ୍ରାପ୍ତ ଲୋଗୋ ରହିବ । ଏପରିକି ସରକାରଙ୍କ ଦ୍ୱାରା ଦିଆଯିବାକୁ ଥିବା ବ୍ୟାଗରେ ମଧ୍ୟ ବିସ୍ୱା ବାଙ୍ଗଲା ଲୋଗୋ ରହିବ ।
Powered by Froala Editor