ଡିଜେଲର ଲିଟର ପିଛା ୨୫ ଟଙ୍କା ବଢିଲା, ହେଲେ ସାଧାରଣ ଗ୍ରାହକଙ୍କ ଉପରେ ପଡ଼ିବନି ପ୍ରଭାବ
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବାର ପ୍ରଭାବ ଏବେ ବଲ୍କ ୟୁଜର୍ସ ତଥା ବହୁଳ ବ୍ୟବହାରକାରୀଙ୍କ ଉପରେ ପଡିଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ବହୁଳ ବ୍ୟବହାରକାରୀଙ୍କ ପାଇଁ ଡିଜେଲର ମୂଲ୍ୟ ଲିଟର ପିଛା ୨୫ ଟଙ୍କା ବୃଦ୍ଧି କରିଛନ୍ତି। ତେବେ ପେଟ୍ରୋଲ ପମ୍ପ ମାଧ୍ୟମରେ ବିକ୍ରି ହେଉଥିବା ଡିଜେଲର ଖୁଚୁରା ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏପରିକି ସାଧାରଣ ଗ୍ରାହକଙ୍କ ଉପରେ ଏହାର କୌଣସି ପ୍ରଭାବ ବଢ଼ିବ ନାହିଁ।
ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ଦିଲ୍ଲୀର ବଲ୍କ ୟୁଜର୍ସଙ୍କ ପାଇଁ ଡିଜେଲର ମୂଲ୍ୟ ଲିଟର ପିଛା ୧୧୫ ଟଙ୍କାରେ ପହଞ୍ଚିଛି। ମୁମ୍ବାଇର ବଲ୍କ ୟୁଜର୍ସଙ୍କ ପାଇଁ ଡିଜେଲର ମୂଲ୍ୟ ଲିଟର ପିଛା ୧୨୨.୦୫ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ପେଟ୍ରୋଲ ପମ୍ପରେ ଡିଜେଲର ମୂଲ୍ୟ ଲିଟର ପିଛା ୯୪.୧୪ ଟଙ୍କା ରହିଛି।
ବିପୁଳ ପରିମାଣରେ ପେଟ୍ରୋଲ୍ ଓ ଡିଜେଲ୍ କ୍ରୟ କରୁଥିବା ସଂସ୍ଥା ବ୍ଲକ୍ ୟୁଜର୍ସ ଶ୍ରେଣୀରେ ଆସିଥାନ୍ତି । ଏଥିରେ ପ୍ରତିରକ୍ଷା ପ୍ରତିଷ୍ଠାନ, ରେଲୱେ ଏବଂ ବିଭିନ୍ନ ଟ୍ରାନ୍ସପୋର୍ଟ କର୍ପୋରେସନ୍, ପାୱାର ପ୍ଲାଣ୍ଟ, ସିମେଣ୍ଟ ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ପ୍ଲାଣ୍ଟ ଏଥିରେ ସାମିଲ । ହେଲେ ସାଧାରଣ ଗ୍ରାହକଙ୍କ ପାଇଁ ଡିଜେଲ୍ ଦରରେ କୌଣସି ବୃଦ୍ଧି ହୋଇନାହିଁ ।
Powered by Froala Editor