ପିଚୁ କଡ଼େଇରେ ପଡ଼ିଗଲେ ୩ ଶିଶୁ

କେନ୍ଦୁଝର ଜିଲା ବାମେବାରୀ ଥାନା କନକନା ଗାଁରେ ରବିବାର ଅଭାବନୀୟ ଘଟଣା ଘଟିଛି। ପିଚୁ କଡେଇ ପଡି ୩ ଶିଶୁ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଗ୍ରାମବାସୀ ପିଲାମାନଙ୍କୁ ଉଦ୍ଧାର କରିଛନ୍ତି।
ସୂଚନାଯୋଗ୍ୟ, କନକନା ଗାଁର ରାସ୍ତା କାମ ଚାଲୁଥିଲା । ଶନିବାର ହୋଲି ପାଇଁ ଗତକାଲି ରାସ୍ତା କାମ ବନ୍ଦ ଥିଲା। ରବିବାର ସକାଳୁ ରାସ୍ତାକଡରେ କିଛି ପିଲା ଖେଳୁଥିବା ବେଳେ ପିଚୁ କଡେଇ ଭିତରେ ପଡ଼ି ଯାଇଥିଲେ । ଏହା ଦେଖି ଲୋକମାନେ ତୁରନ୍ତ ପିଲାମାନଙ୍କୁ ପିଚୁ କଡେଇରୁ ଉଦ୍ଧାର କରିଛନ୍ତି । ଲୋକମାନେ ପିଲାଙ୍କ ଶରୀରରୁ ପିଚୁ ଛଡ଼ାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ସୌଭାଗ୍ୟବଶତଃ ରାସ୍ତା କାମ ବନ୍ଦଥିବାରୁ ପିଚୁ କଡ଼େଇ ଗରମ ନ ଥିଲା। ତେଣୁ ବିଶେଷ କ୍ଷତି ହୋଇନାହିଁ।
Powered by Froala Editor