‘ଖୁସିର ଦେଶ’: ଫିନଲ୍ୟାଣ୍ଡ ପୁଣି ପାଇଲା ଏକ ନମ୍ବର ମାନ୍ୟତା
ଲଗାତାର ୫ମ ଥର ପାଇଁ ଫିନଲ୍ୟାଣ୍ଡ ବିଶ୍ୱର ସବୁଠାରୁ ଖୁସିରେ ରହୁଥିବା ଦେଶର ମାନ୍ୟତା ପାଇଛି। ଜାତିସଂଘ ପ୍ରାୟୋଜିତ ଏହି ତାଲିକାର ସବୁଠାରୁ ଶେଷରେ ଆଫଗାନିସ୍ତାନ ରହିଛି। ଏହାର ଅର୍ଥ ଏଠାରେ ଲୋକମାନେ ଆଦୌ ଖୁସିରେ ରହୁ ନାହାନ୍ତି।
ରିପୋର୍ଟ ଅନୁସାରେ ସର୍ବିୟା, ବୁଲଗାରିୟା ଓ ରୋମାନିଆ ଆଦି ଦେଶଙ୍କ ୱେଲବିଙ୍ଗରେ ଅଭିବୃଦ୍ଧି ହୋଇଛି। ତେବେ ହାପିନେସ୍ ଟେବୁଲରେ ଲେବାନନ, ଭେନଜୁଏଲା ଓ ଆଫଗାନିସ୍ତାନ ତଳମୁହାଁ ହୋଇଛନ୍ତି। ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଥିବା ଲେବାନନ ଜିମ୍ବାୱେର ଠିକ ପଛକୁ ୧୪୬ ଦେଶଙ୍କ ସୂଚକାଙ୍କରେ ଦ୍ୱିତୀୟ ସ୍ଥାନରେ ରହିଛି। ଗତବର୍ଷ ଅଗଷ୍ଟରେ ତାଲିବାନ ପୁଣି ଆଫଗାନିସ୍ତାନ କ୍ଷମତା ହାତେଇବା ଦେଶରେ ଗୁରୁତର ମାନବୀୟ ସଂକଟର କାରଣ ପାଲଟିଛି।
ଖୁସିରେ ରହୁଥିବା ତାଲିକାର ୧୩୬ତମ ସ୍ଥାନରେ ଭାରତ ରହିଛି। ଗତବର୍ଷ ଭାରତ ୧୪୯ ଦେଶଙ୍କ ମଧ୍ୟରୁ ୧୩୯ ତମ ସ୍ଥାନରେ ଥିଲା। ଏଥର ଭାରତର ସ୍ଥାନ ୧୪୬ ଦେଶ ମଧ୍ୟରୁ ୧୩୬ ରହିଛି। ଏହାର ଅର୍ଥ ଭାରତରେ ମଧ୍ୟ ଲୋକମାନେ ଖୁସିରେ ନାହାନ୍ତି। ବିଭିନ୍ନ ଦେଶରେ ରହୁଥିବା ଲୋକମାନେ କେତେ ଖୁସିରେ ରହୁଛନ୍ତି, ସେମାନଙ୍କ ଆର୍ଥିକ ଓ ସାମାଜିକ ଚାଲିଚଳନିକୁ ନେଇ ଏହି ରିପୋର୍ଟ ପ୍ରକାଶ କରାଯାଇଛି।
Powered by Froala Editor