ଦେଶବାସୀଙ୍କୁ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କ ହୋଲି ଶୁଭେଚ୍ଛା
ନୂଆଦିଲ୍ଲୀ: ପବିତ୍ର ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ରଙ୍ଗର ପର୍ବ ସମସ୍ତଙ୍କ ଜୀବନରେ ସକରାତ୍ମକ ଶକ୍ତି ଯୋଗାଇବ ଏବଂ ରାଷ୍ଟ୍ର ନିର୍ମାଣର ଅଧିକ ଶକ୍ତିଶାଳୀ କରିବ । ସେ ଆହୁରି କହିଛନ୍ତି ହୋଲିର ଏହି ଶୁଭ ଅବସରରେ ଦେଶ ତଥା ବିଦେଶରେ ରହୁଥିବା ଆମର ସମସ୍ତ ଭାରତୀୟଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା । ସେ ଆହୁରି ମଧ୍ୟ କହିଛନ୍ତି, ହୋଲି ରଙ୍ଗର ପର୍ବ, ବସନ୍ତ ଋତୁ ଆରମ୍ଭକୁ ଦର୍ଶାଏ, ଯାହା ଆମ ଜୀବନରେ ଆନନ୍ଦ ଏବଂ ଉତ୍ସାହ ଆଣିଥାଏ । ଏହି ପର୍ବ ସାମାଜିକ ସୌହାର୍ଦ୍ଦ୍ୟ ଏବଂ ଏକତାର ଜୀବନ୍ତ ଉଦାହରଣ । ଶିଶୁ, ଯୁବକ, ପୁରୁଷ ଏବଂ ମହିଳା ସମସ୍ତ ବୟସର ବ୍ୟକ୍ତି ବିଶେଷ ଦିନକୁ ପୂର୍ଣ୍ଣ ଉତ୍ସାହରେ ପାଳନ କରନ୍ତୁ ବୋଲି କହିଛନ୍ତି ରାଷ୍ଟ୍ରପତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ପବିତ୍ର ଦିନରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ହୋଲିରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା । ନିଜ ନିଜ ଭିତରେ ଥିବା ପ୍ରେମ, ସୌହାର୍ଦ୍ଦ୍ୟ ଏବଂ ଭାଇଚାରାର ପ୍ରତୀକ ଏହି ରଙ୍ଗ ଉତ୍ସବ ସମସ୍ତଙ୍କ ଜୀବନରେ ଖୁସିର ରଙ୍ଗ ଆଣୁ ।
Powered by Froala Editor