୧୫ ଫୁଟ୍ ତଳକୁ ଖସିଲା କାର୍ : ମହିଳା ମୃତ, ୫ ଗୁରୁତର
ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଖାରିଗୁଡ଼ା ନିକଟରେ କାର ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । କାରଟି କଲିକତାରୁ ଟିକିରି ଯାଉଥିବା ଜଣାପଡ଼ିଛି ।
ମୃତାହତମାନେ ଗୋଟିଏ ପରିବାରର। ସେମାନେ ପଶ୍ଚିମବଙ୍ଗର ସାହାପୁରର ବାସିନ୍ଦା। ଆଜି ସେମାନେ କାର୍ ଯୋଗେ କଲିକତାରୁ ଟିକିରି ଅଭିମୁଖେ ଯାଉଥିଲେ। ଅପରାହ୍ଣ ପ୍ରାୟ ୪ଟା ୧୫ ପାଖାପାଖି ସେମାନେ ଗଜପତି ଜିଲ୍ଲା ଖାରିଗୁଡ଼ା ପାର ହେଉଥିବା ବେଳେ କାର୍ଟି ଭାରସାମ୍ୟ ହରାଇ ୧୫ ଫୁଟ୍ ତଳେ ଏକ ପୋଲ ତଳକୁ ଖସି ପଡ଼ିଥିଲା। ଫଳରେ ଚିତ୍ରିତା ଦତ୍ତ(୬୫ ବର୍ଷ )ଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଅନ୍ୟ ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ବିରିକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଏକ ୨ ବର୍ଷର ଶିଶୁପୁତ୍ର ରହିଛି।
Powered by Froala Editor