ଟିଟିଲାଗଡ଼ରେ ତାପମାତ୍ରା ୩୮ ଡିଗ୍ରୀ, ଆଗକୁ ବଢ଼ିବ ତାପମାତ୍ରା
ଭୁବନେଶ୍ୱର : ଟିଟିଲାଗଡ଼ ପାଲଟିଯାଇଛି ତତଲାଗଡ଼ । ଆଗକୁ ସାରା ରାଜ୍ୟରେ ଆହୁରି ତାପମାତ୍ରା ବଢ଼ିବାର ଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ମାର୍ଚ୍ଚ ଆରମ୍ଭରୁ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଥିବାବେଳେ ପଶ୍ଚିମଓଡ଼ିଶାରେ ଏହାର ସବୁଠୁ ଅଧିକ ପ୍ରଭାବ ଦେଖିବାକୁ ମିଳିଛି ।
ଟିଟିଲାଗଡ଼ରେ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଥିବାବେଳେ ପଶ୍ଚିମ ଓଡ଼ିଶାର ୭ଟି ସହରର ତାପମାତ୍ରା ୩୬ ଡିଗ୍ରୀ ଟପିଯାଇଛି ।
ସବୁଠାରୁ ବଡ଼ କଥା ହେଲା, ଗତ କିଛିଦିନ ହେଲା କ୍ରମାଗତ ଭାବେ ପ୍ରତିଦିନ ପଶ୍ଚିମ ଓଡ଼ିଶାର ସବୁ ସହରର ତାପମାତ୍ରା ବୃଦ୍ଧି ପାଇଚାଲିଛି । ରବିବାର ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା ୩୬.୯ ଡିଗ୍ରୀ ରହିଥିବାବେଳେ ଝାରସୁଗୁଡ଼ାର ୩୭.୩ ଡିଗ୍ରୀ, ସୁନ୍ଦରଗଡ଼ର ୩୬ ଡିଗ୍ରୀ, ହୀରାକୁଦର ୩୬.୨ ଡିଗ୍ରୀ, ଭବାନୀପାଟଣାର ୩୫.୫ ଡିଗ୍ରୀ, ବଲାଙ୍ଗୀରର ୩୭.୮ ଡିଗ୍ରୀ, ସୋନପୁରର ୩୬.୨ ଡିଗ୍ରୀ ଓ ବୌଦ୍ଧର ତାପମାତ୍ରା ୩୫.୫ ଡିଗ୍ରୀ ରହିଛି । ଆଗକୁ ପଶ୍ଚିମ ଓଡ଼ିଶାର ତାପମାତ୍ରା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
Powered by Froala Editor