ମର୍ଣ୍ଣିଂୱାକ ବେଳେ ମାଡ଼ିଗଲା ଟ୍ରକ, ଜଣେ ମୃତ
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଏନ୍ଏଚ୍-୫୩ର ସର୍ଲାପାଲି ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ମର୍ଣ୍ଣିଂୱାକ୍ କରିବାକୁ ଯାଉଥିବା ବେଳେ ଜଣେ ବରିଷ୍ଠ ଆଇନଜିବୀଙ୍କ ଉପରେ ଅଙ୍ଗୁର ବୋଝେଇ ଟ୍ରକ୍ ମାଡ଼ି ଯାଇଛି। ମୃତ ବ୍ୟକ୍ତି ଜଣଙ୍କ ସାକ୍ଷୀପଡ଼ା ଅଞ୍ଚଳର ଉମେଶ ଚନ୍ଦ୍ର ପ୍ରଧାନ ।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଓ ଆଇନଜୀବୀ ରାସ୍ତାରୋକ କରିଛନ୍ତି। ଏହାସହ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟି ଜାଳି ଦେଇଛନ୍ତି। ପୁଲିସ ଟ୍ରକ୍କୁ ଜବତ କରି ଘଟଣାର ତଦନ୍ତ କରୁଛି। ମୃତଦେହକୁ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ପଠାଇଛି।
Powered by Froala Editor