ରାଜ୍ୟପାଳଙ୍କୁ ସିଏଜି ରିପୋର୍ଟ ପ୍ରଦାନ
ଭୁବନେଶ୍ବର: ସିଏଜି ରିପୋର୍ଟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ପ୍ରଦାନ କରାଯାଇଛି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ରିପୋର୍ଟ ପ୍ରଦାନ କରିଛନ୍ତି ଓଡିଶାର ପ୍ରଧାନ ମହାଲେଖାକାର ବିଭୂଦତ୍ତ ବସନ୍ତିଆ ।
ଚଳିତ ମାସ ବସିବାକୁ ଯାଉଛି ବିଧାନସଭାର ସ୍ବଳ୍ପକାଳୀନ ବଜେଟ ଅଧିବେଶନ । ଆସନ୍ତା ବିଧାନସଭା ଅଧିବେଶନରେ ଉପସ୍ଥାପିତ ହେବ ସିଏଜି ରିପୋର୍ଟ । ଏହି ସିଏଜି ରିପୋର୍ଟକୁ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଭାରତର ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ(ସିଏଜି)ଙ୍କ ଭୂପୃଷ୍ଠ ଜଳସେଚନର ସମ୍ପାଦନା ସମୀକ୍ଷା ରିପୋର୍ଟ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି ।ଏହି ରିପୋର୍ଟକୁ ରାଜଭବନରେ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ପ୍ରଦାନ କରିଛନ୍ତି ଓଡିଶାର ପ୍ରଧାନ ମହାଲେଖାକାର ବିଭୂଦତ୍ତ ବସନ୍ତିଆ ।
Powered by Froala Editor