ଢିଙ୍କିଆ ବିବାଦ , ପରବର୍ତ୍ତୀ ଶୁଣାଣି ଏପ୍ରିଲ ୭ରେ
କଟକ: ଢ଼ିଙ୍କିଆ ପ୍ରସଙ୍ଗକୁ ନେଇ ଗତକାଲି ହାଇକୋର୍ଟରେ ଶୁଣାଣି ହୋଇଛି। ମାମଲାର ଶୁଣାଣି କରି କୋର୍ଟ ସତ୍ୟପାଠ ଜରିଆରେ ଅଭିଯୋଗ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି। ଆଡ଼ଭୋକେଟ କମିଟିର ଜନଶୁଣାଣୀ ସମୟରେ ଉପସ୍ଥିତ ହୋଇପାରିନଥିବା ସ୍ଥାନୀୟ ଜନସାଧାରଣ ଙ୍କୁ ସୁଯୋଗ ଦେବାକୁ କୋର୍ଟ ନିର୍ଦ୍ଧେଶ ଦେଇଛନ୍ତି।ଗତ ୫ତାରିଖରେ ଆଡ଼ଭୋକେଟ କମିଟିର ଜନଶୁଣାଣୀ ସମୟରେ ସପକ୍ଷବାଦୀଙ୍କ ପ୍ରତିରୋଧ ଯୋଗୁ କିଛିଲୋକ ଉପସ୍ଥିତ ହୋଇପାରିନଥିଲେ ବୋଲି ଅଭିଯୋଗ ହୋଇଥିଲା। ଏସବୁକୁ ଦୃଷ୍ଟିରେ ରଖି ସତ୍ୟପାଠ ଜରିଆରେ ଅଭିଯୋଗ ପାଇଁ କୋର୍ଟ ଅନୁମତି ଦେଇଛନ୍ତି।
ଅନ୍ୟପଟେ ଗିରଫଦାରୀ ଭୟରେ ଗାଁକୁ ଫେରିପାରିନଥିବା ୩୦ଜଣଙ୍କ ଚିଠା ଦାଖଲ କରିବାକୁ ଆବେଦନାକାରୀଙ୍କ ଓକିଲଙ୍କୁ କୋର୍ଟ ନିର୍ଦେଶ ଦେଇଛନ୍ତି । ସେହିପରି ଜାନୁଆରୀ ୧୪ତାରିଖ ହିଂସାକାଣ୍ଡ ପରେ କେତେ ଜଣଙ୍କୁ ଗିରଫ କରାଯାଇଛି ଏବଂ କେଉଁ ଦଫାରେ ଗିରଫ କରାଯାଇଛି ସେ ନେଇ ତଥ୍ୟ ଲୋଡିଛନ୍ତି ହାଇକୋର୍ଟ। ସତ୍ୟପାଠ ଜରିଆରେ ଏହି ତଥ୍ୟ ଦେବାକୁ ଜଗତସିଂହପୁର ଝଚ ଙ୍କୁ କୋର୍ଟ ନିର୍ଦ୍ଧେଶ ଦେଇଛନ୍ତି। ଆସନ୍ତା ଏପ୍ରିଲ ୭ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
Powered by Froala Editor