ସକାଳ ୬ରୁ ଦିନ ୧୨ ଯାଏ ଆଣି ହେବ ପରିବା

ଭୁବନେଶ୍ୱର: କରୋନା ସଂକ୍ରମଣ ଏବେ ସାଂଘାତିକ ସ୍ଥିତିରେ । କରୋନା ଏବେ ବେକାବୁ ତଥା ବେଲଗାମ ହୋଇଯାଇଛି । ଯାହାକୁ ନେଇ ସମସ୍ତେ ଉଦବିଗ୍ନ । ଭୟଭୀତ । କରୋନା ସଂକ୍ରମଣର ନିଆଁ ଏବେ ହୁତ ହୁତ ହୋଇ ଜଳୁଛି । କରୋନା ଶୃଙ୍ଖଳ ଭାଙ୍ଗିବାକୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ଗୋଷ୍ଠୀ ସଂକ୍ରମଣ ଭଳି ପରିସ୍ଥିତି ସୃଷ୍ଟି କରିଛି । ନାଇଟ କର୍ଫୁ୍ୟ ଓ ସପ୍ତାହାନ୍ତ ସଟଡାଉନ ସତ୍ତ୍ୱେ ସଂକ୍ରମଣ ଥମିବାର ନା ନେଉନି । ଏଭଳି ସ୍ଥିତିରେ କରୋନା ଚେନ ଭାଙ୍ଗିବାକୁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ତାହା ହେଲା ଆସନ୍ତା ମେ’ ୫ରୁ ସାରାରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି । ମେ’ ୫ରୁ ୧୯ ତାରିଖ ପଯୟ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ତେବେ ଲକଡାଉନ ବେଳେ କେବଳ ଚାଲି ଚାଲି ପରିବା ପାଇଁ ଯାଇ ହେବ । ଘର ଠାରୁ ୫ଶହ ମିଟର ଦୂର ଯାଏଁ ଚାଲି ଚାଲି ପରିବା ଆଣି ହେବ । ସକାଳ ୬ରୁ ଦିନ ୧୨ ଯାଏ ଚାଲି ଚାଲି ପରିବା ଆଣି ହେବ ।
Powered by Froala Editor