ମାଟ୍ରିକ ପରୀକ୍ଷାକୁ ନେଇ ମୁଖ୍ୟସଚିବଙ୍କ ବଡ଼ ଘୋଷଣା

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତିଯେ, କରୋନା ଯୋଗୁଁ ଆମର ବହୁ କ୍ଷତି ଘଟିଛି । ଛାତ୍ରଛାତ୍ରୀମାନେ ବହୁ ଅସୁବିଧାରେ ପଡ଼ିଛନ୍ତି । ଗତ ଦୁଇ ବର୍ଷ ଭିତରେ ଆମେ ତିନୋଟି କରୋନା ଲହରର ସମ୍ମୁଖୀନ ହୋଇଛେ । ରାଜ୍ୟର ଛାତ୍ର ସମାଜ ମହାମାରୀ କବଳରୁ ମୁକ୍ତ ହୋଇପାରିନାହାନ୍ତି । ପାଠପଢ଼ା ବ୍ୟାଘାତ ହୋଇଛି । ଲକଡାଉନ ଓ ସଟଡାଉନ ଯୋଗୁଁ ସ୍କୁଲ ଅଧିକାଂଶ ସମୟ ବନ୍ଦ ରହିଛି । କେତେକ ପିଲା ମାନସିକ ଭାରସାମ୍ୟ ହରାଇଛନ୍ତି । ଗତ ଶିକ୍ଷାବର୍ଷରେ କରୋନାର ପ୍ରକୋପ ବଢ଼ିବାରୁ ଗତବର୍ଷ ମାଟ୍ରିକ ପରୀକ୍ଷା ହୋଇପାରିନଥିଲା । ତେଣୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ।
୨୦୨୧-୨୨ ଶିକ୍ଷାବର୍ଷରେ ପରିସ୍ଥିତିରେ ସାମାନ୍ୟ ଉନ୍ନତି ହୋଇଛି । ଶ୍ରେଣୀଗୃହର ଶିକ୍ଷାଦାନରେ ବି ଉନ୍ନତି ଘଟିଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପୂର୍ବରୁ ମାଧ୍ୟମିକ ଶିକ୍ଷାା ପରିଷଦକୁ ଅନୁରୋଧ କରାଯାଇଥିଲା ସମସ୍ତଙ୍କ ସହ ଆଲୋଚନା କରିବା ପାଇଁ । କିଭଳି ଚଳିତ ବର୍ଷ ଦଶମ ପରୀକ୍ଷା ହେବ ସେନେଇ ଆଲୋଚନା ହୋଇସାରିଛି । ଛାତ୍ର, ଶିକ୍ଷକ, ଅଭିଭାବକ, ଶିକ୍ଷାବିତଙ୍କ ସହ ବୋଡର଼୍ ପକ୍ଷରୁ ଆଲୋଚନା କରାଯାଇଛି ।
Powered by Froala Editor