ମାଟ୍ରିକ ପରୀକ୍ଷା ନେଇ ବଡ଼ ଘୋଷଣା, ଜାଣନ୍ତୁ କ’ଣ

ଭୁବନେଶ୍ୱର: ଶୁକ୍ରବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମାଟ୍ରିକ ପରୀକ୍ଷା ନେଇ ଏକ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ପରୀକ୍ଷା ଏପ୍ରିଲ ୨୯ରୁ ଆରମ୍ଭ ହେବ । ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ’ ୬ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିିବ । ଏହାଛଡ଼ା ସେ କ’ଣ ଘୋଷଣା କରିଛନ୍ତି ଜାଣନ୍ତୁ
- ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା-୨ କରାଯିବ
- ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା-୨ ସବୁ ପିଲାଙ୍କ ପାଇଁ ବାଧ୍ୟତାମୂଳକ
-ଯଥା ସମ୍ଭବ ପରୀକ୍ଷାଗୁଡ଼ିକ ନିଜ ସ୍କୁଲରେ କରାଯିବ
- ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲ ଶିକ୍ଷକ ନିଯୁକ୍ତ ହେବେ
-ନିଜ ସ୍କୁଲରେ ପରୀକ୍ଷା ହୋଇନପାରିଲେ ନିକଟବର୍ତ୍ତୀ ସ୍କୁଲରେ ପରୀକ୍ଷା ହେବ
- ୩ଟି ପଦ୍ଧତିରେ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ଫଳ ନିର୍ଦ୍ଧାରଣ କରିବେ
- ପ୍ରଥମ ପଦ୍ଧତି- ସମ୍ମେଟିଭ-୧ ଓ ଇଣ୍ଟରନାଲ ଆସେସମେଣ୍ଟର ୨ ଗୁଣ
- ଦ୍ୱିତୀୟ ପଦ୍ଧତି- ସମ୍ମେଟିଭ-୨ର ମାର୍କ ୨ ଗୁଣ କରି ହିସାବ କରାଯିବ
- ୩ୟ ପଦ୍ଧତି- ଇଣ୍ଟରନାଲ ଆସେସମେଣ୍ଟର ୨୦ ପ୍ରତିଶତ, ସମ୍ମେଟିଭ-୧ରୁ ୩୦ ପ୍ରତିଶତ ଓ ସମ୍ମେଟିଭ-୨ରୁ ୫୦ ପ୍ରତିଶତ ନିଆଯାଇ ମାର୍କିଂ କରାଯିବ
- ଯେଉଁ ପଦ୍ଧତିରେ ଛାତ୍ରଛାତ୍ର ସର୍ବାଧିକ ମାର୍କ ରଖିବେ, ସେଇଟି ଚୂଡ଼ାନ୍ତ ହେବ
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତିଯେ, କରୋନା ଯୋଗୁଁ ଆମର ବହୁ କ୍ଷତି ଘଟିଛି । ଛାତ୍ରଛାତ୍ରୀମାନେ ବହୁ ଅସୁବିଧାରେ ପଡ଼ିଛନ୍ତି । ଗତ ଦୁଇ ବର୍ଷ ଭିତରେ ଆମେ ତିନୋଟି କରୋନା ଲହରର ସମ୍ମୁଖୀନ ହୋଇଛେ । ରାଜ୍ୟର ଛାତ୍ର ସମାଜ ମହାମାରୀ କବଳରୁ ମୁକ୍ତ ହୋଇପାରିନାହାନ୍ତି । ପାଠପଢ଼ା ବ୍ୟାଘାତ ହୋଇଛି । ଲକଡାଉନ ଓ ସଟଡାଉନ ଯୋଗୁଁ ସ୍କୁଲ ଅଧିକାଂଶ ସମୟ ବନ୍ଦ ରହିଛି । କେତେକ ପିଲା ମାନସିକ ଭାରସାମ୍ୟ ହରାଇଛନ୍ତି । ଗତ ଶିକ୍ଷାବର୍ଷରେ କରୋନାର ପ୍ରକୋପ ବଢ଼ିବାରୁ ଗତବର୍ଷ ମାଟ୍ରିକ ପରୀକ୍ଷା ହୋଇପାରିନଥିଲା । ତେଣୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ।
୨୦୨୧-୨୨ ଶିକ୍ଷାବର୍ଷରେ ପରିସ୍ଥିତିରେ ସାମାନ୍ୟ ଉନ୍ନତି ହୋଇଛି । ଶ୍ରେଣୀଗୃହର ଶିକ୍ଷାଦାନରେ ବି ଉନ୍ନତି ଘଟିଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପୂର୍ବରୁ ମାଧ୍ୟମିକ ଶିକ୍ଷାା ପରିଷଦକୁ ଅନୁରୋଧ କରାଯାଇଥିଲା ସମସ୍ତଙ୍କ ସହ ଆଲୋଚନା କରିବା ପାଇଁ । କିଭଳି ଚଳିତ ବର୍ଷ ଦଶମ ପରୀକ୍ଷା ହେବ ସେନେଇ ଆଲୋଚନା ହୋଇସାରିଛି । ଛାତ୍ର, ଶିକ୍ଷକ, ଅଭିଭାବକ, ଶିକ୍ଷାବିତଙ୍କ ସହ ବୋଡର଼୍ ପକ୍ଷରୁ ଆଲୋଚନା କରାଯାଇଛି ।
Powered by Froala Editor