ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଏହି ଖବର, ଜାଣନ୍ତୁ କ’ଣ

ଭୁବନେଶ୍ୱର: ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । କରୋନା ଜନିତ ମୃତୁ୍ୟ ସଂଖ୍ୟାରେ ମଧ୍ୟ ସମାନ ସ୍ଥିତି ପରିଲକ୍ଷିତ ହେଉଛି । କରୋନାର ମୁକାବିଲା ପାଇଁ ପର୍ଯ୍ୟାୟକ୍ରମେ ଟିକାକରଣ ପ୍ରକ୍ରିୟା ଜାରି ରହିଛି । ଏଥିପାଇଁ ଧୀରେଧୀରେ କଟକଣା କୋହଳ ହେବାରେ ଲାଗିଛି ।
ତେବେ କରୋନା ସଂକ୍ରମଣ କମୁଥିବାରୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକାଧିକ ପଯକ୍ଷେପ ହାତକୁ ନିଆଯାଇଛି । ରେଳପଥ ପକ୍ଷରୁ ଯେଉଁ ଟ୍ରେନଗୁଡିକରେ ଯାତ୍ରୀଙ୍କୁ ବେଡସିଟ୍, କମ୍ବଳ ଓ ତକିଆ ଦିଆଯାଉଥିଲା, ତାହା ପୁଣିଥରେ ଆରମ୍ଭ ହେବ । ସମସ୍ତ ଜୋନାଲ ରେଲୱେର ଜେନେରାଲ ମ୍ୟାନେଜରମାନେ ଏ ଦିଗରେ ପଦକ୍ଷେପ ନେବା ସହ ଯାତ୍ରୀଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବାକୁ କୁହାଯାଇଛି ।
Powered by Froala Editor