ପୌର ନିର୍ବାଚନ ପାଇଁ ପିଙ୍କ୍ ବୁଥ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ବ୍ୟାପକ ବ୍ୟବସ୍ଥା କରିଛି । ରାଜଧାନୀର ୬୭ଟି ୱାର୍ଡରେ ମୋଟ ୭୦୫ଟି ବୁଥ୍ କରାଯାଇଛି । ଏହି ସବୁ ବୁଥରେ ୭୦୫ ଜଣ ପ୍ରିଜାଇଡିଂ ଅଫିସର ରହିବେ । ସେପଟେ ୧୦ପ୍ରତିଶତ ପ୍ରିଜାଇଡିଂ ଅଫିସରଙ୍କୁ ରିଜର୍ଭ ରଖାଯାଇଛି । ସୁରୁଖୁରୁରେ ପରିଚାଳନା ପାଇଁ ୫ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି । ଏହି ସବୁ ବୁଥରେ ପାଣି, ଶୈଚାଳୟ ସହ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ । ଦବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ହୁଇଲ ଚେୟାର ବ୍ୟବସ୍ଥା କରାଯିବ।
ସେହିପରି ରାଜଧାନୀରେ ୫ଟି ପିଙ୍କ ବୁଥ୍ କରାଯିବ । ସେଠାରେ ପ୍ରିଜାଇଡିଂ ଅଫିସରଠୁ ଆରମ୍ଭ କରି ପୋଲିସ୍ କର୍ମଚାରୀ ସମସ୍ତେ ମହିଳା ରହିବେ । ସେପଟେ ରାଜଧାନୀରେ ଥିବା ଅତି ସମ୍ବେଦନଶୀଳ ବୁଥରେ ଜଣେ ଏଏସ୍ଆଇ ର୍ୟାଙ୍କର ଅଧିକାରୀଙ୍କୁ ନିୟୋଜିତ କରାଯିବ । ସବୁ ସରକାରୀ ସ୍ଥାନରେ ହୋର୍ଡିଂ ଏବଂ ପୋଷ୍ଟରକୁ ବାରଣ କରାଯାଇଛି । କୌଣସି ପ୍ରାର୍ଥୀ ଏହାକୁ ଅବମାନନା କଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।
Powered by Froala Editor