ରବିବାର ଖୋଲା ରହିବ ଶ୍ରୀମନ୍ଦିର!

ପୁରୀ: ହୋଲି ପରେ ଶ୍ରୀମନ୍ଦିରରୁ ହଟିପାରେ ରବିବାର ଦର୍ଶନ ବନ୍ଦ କଟକଣା ଓ ରାତ୍ରକାଳୀନ ଦର୍ଶନ କଟକଣା । ଗତକାଲି ନୀତିଶୃଙ୍ଖଳା ଉପରେ ସେବାୟତଙ୍କ ସହ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଆଲୋଚନା ବେଳେ ଏହି ସୂଚନା ମିଳିଛି । ଆସନ୍ତା ଶନିବାର ଛତିଶାନିଯୋଗ ବୈଠକରେ ଏ ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି ।
ଗତକାଲି ରାତିରେ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପରିଚାଳନା କମିଟି, ବରିଷ୍ଠ ସେବାୟତଙ୍କ ଭିତରେ ନୀତି ଶୃଙ୍ଖଳା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଲଗାତର କିଛି ଦିନ ଧରି ମହାପ୍ରଭୁଙ୍କ ଦ୍ୱାରଫିଟାଠାରୁ ଆରମ୍ଭ କରି ଅନ୍ୟାନ୍ୟ ନୀତିକାନ୍ତି ବିଳମ୍ବ ହେଉଥିବାରୁ ବେଠକରେ ଉଦ୍ବେଗ ପ୍ରକାଶ ପାଇଥିଲା । ଅନ୍ୟପଟେ ଫେବୃୟାରୀ ମାସ କଟକଣା ୧୦ ତାରିଖରେ ସରୁଥିବାରୁ ଆସନ୍ତା ଶନିବାର ଅପରାହ୍ନରେ ଛତିଶାନିଯୋଗ ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ଆଗାମୀ ଦର୍ଶନ କଟକଣା ଉପରେ ବିଧିବଦ୍ଧ ନିଷ୍ପତ୍ତି ନିଆଯିବ । ରାତି ୯ଟା ପରେ ଦର୍ଶନ ବନ୍ଦ ବ୍ୟବସ୍ଥା ବି ହଟାଇଥ ଦିଆଯିବ । ଫଳରେ ଭକ୍ତମାନେ ପୂର୍ବଭଳି ମହାପ୍ରଭୁଙ୍କ ବଡସିଂହାର ବେଶ ବି ଦର୍ଶନ କରିବାର ସୁଯୋଗ ପାଇପାରିବେ ବୋଲି ଜଣାପଡିଛି ।
Powered by Froala Editor