କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ

ଭୁବନେଶ୍ୱର:ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥତା କାରଣରୁ ମେଡିକାଲରେ ଭର୍ତ୍ତ ହୋଇଛନ୍ତି। ନିରଞ୍ଜନଙ୍କ ପେଟରେ ଯନ୍ତ୍ରଣା ହେଉଥିବାରୁ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଚିକିତ୍ସା ଜାରି ରହିଛି। ଏନେଇ ସୂଚନା ଦେଇଛନ୍ତି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର।
ଏବେ ରାଜ୍ୟରେ ପୌର ନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଅସୁସ୍ଥ ହୋଇପଡ଼ିବାକୁ ନେଇ କଂଗ୍ରେସ ଶିବିରରେ ନିରାଶା ଦେଖାଦେଇଛି। ଗତ ପଂଚାୟତ ନିର୍ବାଚନବେଳେ ମଧ୍ୟ ଶ୍ରୀ ପଟ୍ଟନାୟକ କରୋନା ସଂକ୍ରମିତ ହେବାରୁ ପ୍ରଚାର କାର୍ୟ୍ୟରେ ସାମିଲ ହୋଇପାରିନଥିଲେ।
ଚଳିତ ବର୍ଷ ଜାନୁଆରୀ ମାସରେ ରାଜ୍ୟରେ କରୋନାର ତୃତୀୟ ଲହର ଶୀର୍ଷ ଛୁଇଁଥିବା ସମୟରେ ନିରଞ୍ଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏନେଇ ସେ ସାମାଜିକ ଗଣମାଧ୍ୟମ ଟ୍ୱିଟର୍ରେ ସୂଚନା ଦେଇଥିଲେ। ଏଥି ସହିତ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ କରୋନା ପରୀକ୍ଷା କରିନେବାକୁ ଅନୁରୋଧ କରିଥିଲେ। ଏହା ପୁର୍ବରୁ ଥରେ ମଧ୍ୟ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ।
Powered by Froala Editor