ଯୁବକଙ୍କ ପ୍ରେମ ପନ୍ଥା ଆପଣାଇଥିଲା ନକଲି ଡାକ୍ତର

ଭୁବନେଶ୍ବର: ସାମନାକୁ ଆସିଲା ଠକ ନକଲି ଡାକ୍ତର ରମେଶ ସ୍ବାଇଁର ଆଉ ଏକ ଭିଡ଼ିଓ । ଯେଉଁଥିରେ ସେ ଅତି ଦୁଃଖର ସହିତ କାନ୍ଦୁଥିବା ନଜର ଆସିଛି । ହେଲେ ନକଲି ଡାକ୍ତର ପଦବୀ ପରି ଏହି ଲୁହ ମଧ୍ୟ ନକଲି । ଉଚ୍ଚ ସମ୍ଭ୍ରାନ୍ତ ମହିଳାଙ୍କୁ ବିଶ୍ବାସ ଦେବା ପାଇଁ ଏଭଳି ନାଟକ କରୁଥିଲା ଠକ ଡାକ୍ତର । ଏପରି ଅନେକ ଢଙ୍ଗରେ ମହିଳାଙ୍କୁ ଠକୁଥିବାର ଭିଡ଼ିଓ ଏବେ ସାମନାକୁ ଆସିଛି ।
କଲେଜ ପଢୁଆ ଯୁବକଙ୍କ ପ୍ରେମର ପନ୍ଥା ଆପଣାଇଥିଲା ନକଲି ଡାକ୍ତର ରମେଶ । ଏଥିପାଇଁ ଉଚ୍ଚ ସମ୍ଭ୍ରାନ୍ତ ମହିଳାଙ୍କୁ ଯୁବକଙ୍କ ପରି କାନ୍ଦିବାର ଅଭିନୟ କରୁଥିଲା । କେତେବେଳେ ନିଜର ମହିଳାଙ୍କ ପ୍ରତି ଥିବା ଭଲପାଇବା ଓ ବିଶ୍ବାସ ଦେବାକୁ କାନ୍ଦି କାନ୍ଦି ତାଙ୍କ ବିନା ବଞ୍ଚିପାରିବନି ବୋଲି ନାଟକ କରୁଥିଲା । କେତେ ଭଲ ପାଏ ସେ ନେଇ ପ୍ରମାଣିତ କରିବାକୁ ଏପରି ନାଟକ ରଚୁଥିଲା ରମେଶ । ଖାଲି ସେତିକି ନୁହେଁ କେତେବେଳ ମେଡିକାଲ ବେଡରେ ଥାଇ ଅସୁସ୍ଥ ହୋଇଥିବାର ନାଟକ କରୁଥିଲା ତ କେତେବେଳେ ଫେକ ସରକାରୀ ଚିଠି କରି ଛୁଟି କ୍ୟାନସଲ ହୋଇଗଲା ତେଣୁ ଯାଇପାରିବି ନାହିଁ ବୋଲି କହୁଥିଲା । ଏଭଳି ଅନେକ ତରିକାରେ ବିଶ୍ବାସ ଜିତିବାକୁ ଠକ ଡାକ୍ତର ରମେଶ ସ୍ବାଇଁ ନାଟକ କରୁଥିବାର ଭିଡିଓ ସାମ୍ନାକୁ ଆସିଛି । ତେବେ ଗତ ଫେବୃଆରୀ ୧୪ରେ ଠକ ରମେଶ ସ୍ବାଇଁକୁ ଗିରଫ କରିଥିଲା କମିଶନରେଟ ପୋଲିସର ମହିଳା ଥାନା । ପରେ ତା ନାଁରେ ଏଯାବତ ୧୫ଟି କେସ ରୁଜୁ ହୋଇଥିବାବେଳେ ଅନେକ ମହିଳାଙ୍କୁ ଠକେଇ କରିଥିବା ସାମ୍ନାକୁ ଆସିଥିଲା ।
Powered by Froala Editor