ଦେଶରେ ୩,୯୯୩ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ମିଟର । ନିୟନ୍ତ୍ରଣକୁ ଆସିଛି ମହାମାରୀ । ଦିନ କେଇଟାରେ ୩ ଲକ୍ଷ ପାର୍ କରିଥିଲା ସଂକ୍ରମଣ ମାମଲା ଏବେ ୪ ହଜାର ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର ୩,୯୯୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ମୃତ୍ୟୁସଂଖ୍ୟା ମଧ୍ୟ ସାମାନ୍ୟ ହ୍ରାସ ପାଇଛି । ଦେଶରେ ଦିନକରେ ଆଉ ୧୦୮ ଆକ୍ରାନ୍ତ ଆଖି ବୁଜିଛନ୍ତି ।
ଆଜିର ନୂତନ ସଂକ୍ରମଣକୁ ମିଶାଇ ଭାରତରେ ମୋଟ ୪୯,୯୪୮ଟି ସକ୍ରିୟ ମାମଲା ରହିଛି । ଏଯାବତ୍ ଦେଶରେ ମୋଟ ୪,୨୪,୦୬,୧୫୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ମୋଟ ୫,୧୫,୨୧୦ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ରହିଛି । ଦେଶବ୍ୟାପୀ ଏଯାବତ୍ ୧,୭୯,୧୩,୪୧,୨୯୫ କୋଟି ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୧,୩୪,୪୬୩ କୋଟି ଡୋଜ୍ ନେଇଛନ୍ତି ଲୋକେ ।
Powered by Froala Editor