ସାଧାରଣ ନାଗରିକଙ୍କୁ ଉଦ୍ଧାର ପାଇଁ ଋଷ, ୟୁକ୍ରେନ ପୂରାମାତ୍ରରେ ସହଯୋଗ କରୁନାହିଁ: ଭାରତ

ୟୁକ୍ରେନ: ଦିନକୁ ଦିନ ଭୟଙ୍କର ହେଉଛି ଋଷିଆ ୟୁକ୍ରେନ ଯୁଦ୍ଧ । ଦିନ ଯେତେ ବଢୁଛି ଋଷର ତାଣ୍ଡବ ବଢିବାରେ ଲାଗିଛି । ୟୁକ୍ରେନ ଉପରେ ଋଷିଆ କରୁଛି ମିଶାଇଲ ବର୍ଷା । ଜଳୁଛି ୟୁକ୍ରେନ ସହର, ଥରି ଉଠୁଛି ମାଟି । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ଋଷ ହାତମୁଠାକୁ ନେଉଛି । ତେବେ ୟୁକ୍ରେନବାସୀଙ୍କ ଲଢୁଆ ମନୋଭାବ ଋଷ ସୈନ୍ୟଙ୍କୁ ଅଡୁଆରେ ପକାଇଛି । ଯୁଦ୍ଧ ୧୩ଦିନରେ ପହଞ୍ଚିଥିଲେବି ଏଯାଏ କୌଣସି ନିଷ୍କର୍ଷ ବାହାରିପାରିନାହିଁ । ଏହା ଭିତରେ ଋଷିଆ ଓ ୟୁକ୍ରେନ ମଧ୍ୟରେ ୩ଥର ଆଲୋଚନା ହୋଇସାରିଲାଣି ।
ଅନ୍ୟପଟେ ଜାତିସଂଘରେ ଭାରତ ଋଷିଆ ବିରୋଧରେ ଭୋଟ ଦେବାରୁ ନିବୃତ୍ତ ରହୁଛି । ଜାତିସଂଘରେ ଯୁକ୍ରେନର ସୁମିରେ ଫସିଥିବା ଛାତ୍ରଙ୍କ ପାଇଁ ଜାତିସଂଘରେ ଭାରତ ଉଦବେଗ ପ୍ରକାଶ କରିଛି । ୟୁଏନ ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଟିଏସ୍ ତିରୁମୂର୍ତ୍ତି ଜାତିସଂଘରେ ଉଦବେଗ୍ ଜଣାଇଛନ୍ତି ।
ସେ କହିଛନ୍ତି ସାଧାରଣ ନାଗରିକଙ୍କୁ ଉଦ୍ଧାର ପାଇଁ ପ୍ରସ୍ତାବ ବାସ୍ତବରେ କାର୍ଯ୍ୟକାରୀ ହେଉନି । ଋଷିଆ ୟୁକ୍ରେନ ପୂରାମାତ୍ରାରେ ସହଯୋଗ କରୁନାହିଁ ଓ ବିନା ବାଧାରେ ଭାରତୀୟଙ୍କ ସମେତ ଅନ୍ୟମାନଙ୍କୁ ଉଦ୍ଧାର ବ୍ୟବସ୍ଥା ଦରକାର ବୋଲ ସେ କହିଛନ୍ତି ।
Powered by Froala Editor