ଏହି ୫ସହରରେ ସହରରେ ଯୁଦ୍ଧ ବନ୍ଦ କଲା ଋଷିଆ

ୟୁକ୍ରେନ: ୟୁକ୍ରେନ: ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୟଙ୍କର ରୂପ ଧାରଣ କରିଛି । ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ସବୁଠି ହା ହା କାର ପରିସ୍ଥିତି । ଏହି ଯୁଦ୍ଧ ପରିସ୍ଥିତିକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି । ଚାଲିଥିବା ଏହି ଭୟଙ୍କର ଯୁଦ୍ଧ ୧୩ ଦିନରେ ପହଞ୍ଚିଥିଲେ ବି ଥମିବାର ନାଁ ଧରୁନି । ଦିନ ଯେତେ ବଢୁଛି, ଋଷିଆର ତାଣ୍ଡବ ୟୁକ୍ରେନ ଉପରେ ସେତେ ତୀବ୍ର ହେବାରେ ଲାଗିଛି । ୟୁକ୍ରେନ ଉପରେ ଋଷିଆ କରୁଛି ମିଶାଇଲ ବର୍ଷା । ଜଳୁଛି ୟୁକ୍ରେନ ସହର, ଥରି ଉଠୁଛି ମାଟି । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ଋଷ ହାତମୁଠାକୁ ନେଉଛି । ତେବେ ୟୁକ୍ରେନବାସୀଙ୍କ ଲଢୁଆ ମନୋଭାବ ଋଷ ସୈନ୍ୟଙ୍କୁ ଅଡୁଆରେ ପକାଇଛି ।
ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ପୁଣି ୫ଟି ସହରରେ ଯୁଦ୍ଧ ବନ୍ଦ କରିଛି ଋଷିଆ । କ୍ୱିଭ, ଚେରନିଭ୍, ସୁମି , ମାରିଉପଲ, ଖାରକିିଭ୍ରେ ଯୁଦ୍ଧ ବିରତି ଘୋଷଣା କରାଯାଇଛି । ଭାରତୀୟ ସମୟ ଅନୁସାରେ ଆଜି ଦିନ ୧୨ଟା ୩୦ରୁ ଯୁଦ୍ଧ ବିରତି ଘୋଷଣା କରାଯାଇଥିବା ସୂଚନା ମିଳିଛି । ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏହି ଯୁଦ୍ଧ ବିରତି ଘୋଷଣା କରାଯାଇଛି । ମାନବ କରିଡର ବ୍ୟବସ୍ଥା ଜରିଆରେ ସେଠାରେ ଫସିଥିବା ଲୋକମାନଙ୍କୁ ଏହି ସମୟରେ ଉଦ୍ଧାର କରାଯିବ। ବେଲାଋଷ ପରେ ତୃତୀୟ ପର୍ଯ୍ୟାୟ ଆଲୋଚନା ପରେ ଋଷ ଏହି ପଦକ୍ଷେପ ନେଇଛି ।
Powered by Froala Editor