ଆଜି ଆନ୍ତର୍ଜାତିକ ମହିଳା ଦିବସ

ଭୁବନେଶ୍ୱର: ଆଜ ବିଶ୍ୱ ପାଳୁଛି ଆନ୍ତର୍ଜାତୀୟ ମହିଳା ଦିବସ । ବିଶ୍ୱ ମହିଳା ଦିବସ ପ୍ରତିବର୍ଷ ୮ମାର୍ଚ୍ଚ ରେ ପୃଥିବୀ ସାରା ପାଳନ କରାଯାଇଥାଏ । ଘରର ଚାରିକାନ୍ଥ ଭିତରେ ଅଳତା ପିନ୍ଧି ରହୁଥିବା ନାରୀ ଆଜି ପାହାଡ ଚଢୁଛି, ପୁଣି ଆକଶେ ଉଡୁଛି । ଆଜିର ନାରୀ ଘରର ଏରୁଣ୍ଡି ବନ୍ଧ ଡେଇଁ ଅନେକ ଆଗକୁ ଗଲାଣି ।
କେବେ ଝିଅ ହୋଇ ବାପା-ଭାଇ ପ୍ରତି ଥିବା କର୍ତ୍ତବ୍ୟ ପାଳନ କରିଥାଏ ତ କେବେ ସ୍ତ୍ରୀ-ବୋହୂ ହୋଇ ନିଜର ସବୁ ଇଚ୍ଛାକୁ ମାରି ଅନ୍ୟର ଖୁସିରେ ଖୁସି ହୋଇଥାଏ । ଆଉ କେବେ ମାତୃତ୍ୱର ଗର୍ଭ ଯନ୍ତ୍ରଣା ସହି ନିଜ ସନ୍ତାନ ପାଇଁ ପ୍ରତ୍ୟେକ ଖୁସି ଜଳାଞ୍ଜଳି ଦେଇଦେଇଥାଏ । ଏହି ସବୁ ଚରିତ୍ର ଭିତରେ ନିଜକୁ ହଜାଇ ଦେଇ ଦୃଢ ଇଚ୍ଛା ଶକ୍ତିରେ ଆଗକୁ ବଢି ଚାଲିଥାଏ ।
ପ୍ରତିଟି କ୍ଷେତ୍ରରେ ନାରୀ ଆଜି ସମ୍ମାନର ଖବୁ ଆଗରେ । ପୁରୁଷ ସହ କାନ୍ଧରେ କାନ୍ଧ ମିଳାଇ ସେ ଆଗେଇ ଚାଲିଛି ମୁକ୍ତ ଆକାଶର ବିହଙ୍ଗ ପରି । ନାରୀର ଏହି ସେହି ଅଦମ୍ୟ ଇଚ୍ଛାଶକ୍ତିକୁ ସମ୍ମାନ ଜଣାଇ " ବିଶ୍ୱ ମହିଳା ଦିବସ " ପାଳନ କରାଯାଉଛି । ଏକା ଅର୍ଥରେ କହିବାକୁ ଗଲେ ଆଜି ଦିନଟି ନାରୀର ।
Powered by Froala Editor