୨୫ରୁ ବିଧାନସଭା ବଜେଟ ଅଧିବେଶନ, ୩୦ରେ ରାଜ୍ୟ ବଜେଟ

ଭୁବନେଶ୍ୱର: ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ମାର୍ଚ୍ଚ ୨୫ ତାରିଖରୁ ୩୧ ତାରିଖ ପର୍ୟ୍ୟନ୍ତ ଚାଲିବ ବିଧାନସଭା ବଜେଟ ଅଧିବେଶନ । ୨୫ରେ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ରହିଛି ।
ସେହିପରି ମାର୍ଚ୍ଚ ୩୦ ତାରିଖରେ ଉପସ୍ଥାପନ ହେବ ରାଜ୍ୟ ବଜେଟ । ବଜେଟ ଅଧିବେଶନ ହେବା ନେଇ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।
ତେବେ ଚଳିତଥର ଆସିବାକୁ ଥିବା ବଜେଟରେ ସରକାର କେଉଁ ନୂଆ ଘୋଷଣା କରୁଛନ୍ତି ଓ କେଉଁ ବିଭାଗ ଉପରେ ଗୁରୁତ୍ୱ ଦିଆଯିବ ତାହା ଉପରେ ସମସ୍ତଙ୍କର ନଜର ରହିବ ।
ପୂର୍ବରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ ଯେ ଯେଉଁ ସଦସ୍ୟ ମାନେ ଗୃହକୁ ଆସି ପାରିବେନି ତାଙ୍କ ପାଇଁ ଭିଡିଓ କନଫରେନ୍ସିଂର ବ୍ୟବସ୍ଥା କରାଯିବ । ବିଭିନ୍ନ ବିଲ୍ , ଆଲୋଚନା , ତାରକା ଚିହ୍ନିତ ପ୍ରଶ୍ନ, ପ୍ରଶ୍ନକାଳ ,ଶୂନ୍ୟକାଳ ରହିଛି। ସମସ୍ତଙ୍କୁ ନେଇ ଗୃହ କାର୍ୟ୍ୟ ସୁରୁଖୁରୁରେ ଚାଲିବ ବୋଲି ବାଚସ୍ପତି ଆଶା ପ୍ରକାଶ କରିଥିଲେ।
Powered by Froala Editor