ହଷ୍ଟେଲ ଖାଦ୍ୟ ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ୧୫ ଛାତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ହଷ୍ଟେଲରେ ଖାଦ୍ୟ ଖାଇ ୧୫ରୁ ଉର୍ଦ୍ଧ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ୮ ଜଣ ଛାତ୍ରୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬ ଜଣ ଛାତ୍ରୀ ଏବେ ବି ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ ଖେଳ ପ୍ରତିଯୋଗିତା ଥିଲା। ପିଲାମାନେ ଖେଳ ସାରି ହଷ୍ଟେକୁ ଯାଇ ସେଠାରେ ଖାଦ୍ୟ ଖାଇଥିଲେ। ହଠାତ୍ ସନ୍ଧ୍ୟା ସମୟରେ ୧୫ ଜଣ ଛାତ୍ରୀ ସୁସ୍ଥ ହୋଇପଡ଼ିଥିଲେ। ସମସ୍ତଙ୍କୁ ଝାଡାବାନ୍ତି ହୋଇଥିଲା। ପରେ ସମସ୍ତ ଛାତ୍ରୀଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
Powered by Froala Editor