ଯୁଦ୍ଧ ଯୋଗୁଁ ହୁ ହୁ ବଢିଲାଣି ସୁନା, ରୁପା ଦାମ୍

ସୁନା ଓ ରୁପା ମୂଲ୍ୟରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି । ଏମସିଏକ୍ସରେ ସୋମବାର ସୁନାର ମୂଲ୍ୟ ୫୩ ହଜାର ଟଙ୍କା ପହଞ୍ଚିଛି। ଏଥିରେ ୧.୯୯ ପ୍ରତିଶତ ବୃଦ୍ଧି ହୋଇଛି। ପ୍ରତି ୧୦ ଗ୍ରାମରେ ସୁନାର ଦାମ୍ ୫୩,୬୦୫ ଟଙ୍କା ପହଞ୍ଚି ସାରିଛି।
ସେହିପରି ରୁପାର ମୂଲ୍ୟ ମଧ୍ୟ ବୃଦ୍ଧି ହୋଇ ଚାଲିଛି। ଏହାର ମୂଲ୍ୟ ୭୦ ହଜାର ଟଙ୍କା ପାର୍ ହୋଇ ସାରିଛି। ସୋମବାର ରୁପାର ମୂଲ୍ୟ ୨.୩୭ ପ୍ରତିଶତ ବୃଦ୍ଧି ପାଇଛି। ରୁପାର ମୂଲ୍ୟ ପ୍ରତି କିଲୋଗ୍ରାମ ବୃଦ୍ଧି ପାଇ ୭୦,୮୦୦ରେ ପହଞ୍ଚିଛି।
ଅଗଷ୍ଟ ୨୦୨୦ ରେ, ଭାରତୀୟ ବଜାରରେ ସୁନା ମୂଲ୍ୟ ୫୬,୨୦୦ ଟଙ୍କା ରେକର୍ଡରେ ପହଞ୍ଚିଥିଲା । ବୈଶିକ ବଜାରରେ ସୁନା ୧.୫% ବୃଦ୍ଧି ହୋଇ ୧,୯୯୮.୩୭ ଡଲାରରେ ପ୍ରତି ଅଂଶରେ ପହଞ୍ଚିଛି ଥିଲା, ଯାହା ୧୮ ମାସ ମଧ୍ୟରେ ସର୍ବାଧିକ ଥିଲା।
ତେବେ ସମସ୍ତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବାର କାରଣ ୟୁକ୍ରେନ ଓ ଋଷ ଯୁଦ୍ଧ ବୋଲି କୁହାଯାଉଛି । ୧୨ ଦିନରେ ଯୁଦ୍ଧ ପହଞ୍ଚି ସାରିଥିବା ବେଳେ ବର୍ତ୍ତମାନ ଏହାର ପ୍ରଭାବ ଶେୟାର ବଜାର, ଅଶୋଧିତ ତୈଳ ଠାରୁ ଆରମ୍ଭ କରି ସୁନା ଦର ଉପରେ ମଧ୍ୟ ଦେଖାଯାଇଛି। ଅନେକ ମୂଲ୍ୟବାନ ଧାତୁର ମୂଲ୍ୟ ବୃଦ୍ଧି ପାଉଥିବା ଦେଖାଯାଉଛି।
Powered by Froala Editor