ଅପରେଶନ-ଗଙ୍ଗା, ଆଜି ସ୍ୱଦେଶ ଫେରିବେ ୧୫୦୦ ଭାରତୀୟ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୟଙ୍କର ରୂପ ଧାରଣ କରିଛି । ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ସବୁଠି ହା ହା କାର ପରିସ୍ଥିତି । ଏହି ଯୁଦ୍ଧ ପରିସ୍ଥିତିକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି । ଚାଲିଥିବା ଏହି ଭୟଙ୍କର ଯୁଦ୍ଧ ୧୨ ଦିନରେ ପହଞ୍ଚିଥିଲେ ବି ଥମିବାର ନାଁ ଧରୁନି । ଦିନ ଯେତେ ବଢୁଛି, ଋଷିଆର ତାଣ୍ଡବ ୟୁକ୍ରେନ ଉପରେ ସେତେ ତୀବ୍ର ହେବାରେ ଲାଗିଛି । ୟୁକ୍ରେନ ଉପରେ ଋଷିଆ କରୁଛି ମିଶାଇଲ ବର୍ଷା । ଜଳୁଛି ୟୁକ୍ରେନ ସହର, ଥରି ଉଠୁଛି ମାଟି ।
ଅନ୍ୟପଟେ ୟୁକ୍ରେନରେ ଫସିଥିବା ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଅପରେଶନ୍-ଗଙ୍ଗା ଜାରି ରହିଛି । ଗତକାଲି ୟୁକ୍ରେନରେ ଫସିଥିବା ପ୍ରାୟ ୨୨୦୦ ଭାରତୀୟଙ୍କୁ ୮ଟି ବିମାନରେ ସ୍ୱଦେଶ ଫେରାଇ ଅଣାଯାଇଥିଲା । ତେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଆଜି ୟୁକ୍ରେନର ପଡୋଶୀ ଦେଶରୁ ୧୫୦୦ଭାରତୀୟଙ୍କୁ ନେଇ ୮ଟି ବିମାନ ସ୍ୱଦେଶ ଫେରିବ ବୋଲି ଜଣାପଡିଛି ।
ଏଥିମଧ୍ୟରୁ ୫ଟି ବୁଦାପେଷ୍ଟରୁ, ୨ଟି ସୁକେଆୱାରୁ ଓ ଗୋଟିଏ ବୁକାରେଷ୍ଟରୁ ବାହରିବେ ।
ସୂଚନାଥାଉ କି ୟୁକ୍ରେନ ଉପରେ ଋଷର ଆକ୍ରମଣ ଠାରୁ ଅର୍ଥାତ ୨୪ଫେବୃୟାରୀରୁ ୟୁକ୍ରେନର ସମସ୍ତ ଆକାାମାର୍ଗ ବନ୍ଦ ରହିଛି । ତେଣୁ ଭାରତୀୟମାନଙ୍କୁ ଏହାର ପଡୋଶୀ ଦେଶର ଆକାଶମାର୍ଗକୁ ବ୍ୟବହାର କରାଯାଇ ଉଦ୍ଧାର କରାଯାଉଛି ।
Powered by Froala Editor