ବାଘ ଛାଲ ଜବତ, ୩ ଗିରଫ

ଭୁବନେଶ୍ୱର: ରାଜ୍ୟରେ ଦିନ କୁ ଦିନ ଜଙ୍ଗଲ ମାଫିଆଙ୍କ କାର୍ୟ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଲୋପ ପାଇବାରେ ବସିଲାଣି ବନ୍ୟପ୍ରାଣୀଙ୍କ ସଂଖ୍ୟା। ନିରିହ ବନ୍ୟଜନ୍ତୁ ଶିକାରରେ ମଜିଛି ଶିକାରୀ । ୧୯୭୨ ବନ୍ୟପ୍ରାଣୀ ଆଇନ ରେ ବନ୍ୟଜନ୍ତୁ ଶିକାର ଉପରେ ବଭିନ୍ନ ଦଣ୍ଡବିଧାନ ଥିଲେ ମଧ୍ୟ ଶିକାରୀ ମଧ୍ୟରେ ନାହିଁ ଭୟ । ରାଜ୍ୟରେ ଥମୁନି ବାଘଛାଲ କାରବାର ର୍ୟାକେଟ । ପୁଣି ବାଘ ଛାଲ ଜବତ ହୋଇଛି । ରିଆମାଳ ବନାଞ୍ଚଳ ତାରଙ୍ଗ ତୁହିଲାମାଳ ପୋଲ ନିକଟରୁ ଜବତ ହୋଇଛି ବାଘ ଛାଲ । ବିକ୍ରି ପାଇଁ ଡିଲ ବେଳେ ସ୍ୱତନ୍ତ୍ର ପୋଲିସ୍ ସ୍କାଡ୍ ଚଢାଉ କରି ବାଘ ଛାଲ ଜବତ କରିଛି । ଏହା ସହିତ ଏହି କାରବାର କରୁଥିବା ୩ଜଣଙ୍କୁ ପୋଲିସ୍ ଗିରଫ କରିଥିବା ଜଣାପଡିଛି ।
ରାଜ୍ୟର ବିଭିନ୍ନ ଓ ସ୍ଥାନରୁ ବାଘ ଶିକାର ହେଉଥିବା ଖବର ଆସୁଛି । ଫଳରେ ରାଜ୍ୟରେ ବାଘ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।
Powered by Froala Editor