ନାମାଙ୍କନକୁ ଆଉ ଦୁଇ ଦିନ, ଚୂଡ଼ାନ୍ତ ପ୍ରାର୍ଥୀ ଘୋଷଣା କେବେ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ସରଗରମ ସହର । ନାମାଙ୍କନ ପାଇଁ ହାତରେ ଆଉ ଦୁଇ ଦିନ ସମୟ । କିନ୍ତୁ ଏପର୍ୟ୍ୟନ୍ତ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି କୌଣସି ଦଳ । ଭୁବନେଶ୍ୱର ପାଇଁ ବିଜେପି ମେୟର ପ୍ରାର୍ଥୀ ଘୋଷଣା କରିଥିବାବେଳେ ଏଯାଏ କଟକ ଓ ବ୍ରହ୍ମପୁର ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ସେପଟେ କଂଗ୍ରେସ ବ୍ରହ୍ମପୁର ପାଇଁ ଏପର୍ୟ୍ୟନ୍ତ ଦଳୀୟ ପ୍ରାର୍ଥୀ ଦେଇନାହିଁ ।
ଅନ୍ୟପଟେ ବିଜେଡି ଗତକାଲି ସବୁ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଦେଇସାରିଛି । ଭୁବନେଶ୍ୱର ପାଇଁ ସୁଲୋଚନା ଦାସଙ୍କୁ ମିଳିଛି ବିଜେଡି ଟିକେଟ୍ । ଏହା ସହିତ କଟକ ପାଇଁ ସୁବାସ ସିଂ ଓ ବ୍ରହ୍ମପୁର ପାଇଁ ସଂଘମିତ୍ରା ଦଳେଇଙ୍କୁ ଟିକେଟ୍ ଦେଇଛି ଦଳ ।
ସେପଟେ ଆସନ୍ତାକାଲି ନାମାଙ୍କନର ଶେଷ ଦିନ ହୋଇଥିବାରୁ ବିରୋଧୀ ଆଜି ଚୂଡାନ୍ତ ତାଲିକା ପ୍ରକାଶ କରିପାରନ୍ତି
Powered by Froala Editor