ରୁଷିଆରେ ଏବେ ୟୁଟ୍ୟୁବ୍ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ: ୟୁକ୍ରେନ୍ ସହିତ ଜାରି ଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଫେସବୁକ ସହିତ ଟୁଇଟର ଓ ୟୁଟ୍ୟୁବକୁ ମଧ୍ୟ ଦେଶରେ ବ୍ଲକ କରିଦେଇଛି । ଅଭିଯୋଗ ହୋଇଛି ଯେ, ଏହି ସାମାଜିକ ଗଣମାଧ୍ୟମର ପ୍ଲାଟଫର୍ମ ରୁଷୀୟ ମିଡିଆ କଂପାନି ସହିତ ଭେଦଭାବପୂର୍ଣ୍ଣ କରିଥିଲା । ଅନ୍ୟପଟରେ ଫେସବୁକ କହିବା ଅନୁସାରେ ରୁଷିଆର ଏହି କଟକଣା ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ବିଶ୍ୱସନୀୟ ସୂଚନାରୁ ବଂଚିତ କରିଛି ।
ରୁଷିଆ ସରକାରଙ୍କ ସେନସରଶିପ ଏଜେନ୍ସି ରୋସକୋମ୍ନାଡଜୋରଙ୍କ କହିବା ଅନୁସାରେ ୨୦୨୦ ଅକ୍ଟୋବରରୁ ଫେସବୁକ ଦ୍ୱାରା ରୁଷୀୟ ମିଡିଆ ବିରୋଧରେ ଭେଦଭାବର ୨୬ଟି ମାମଲା ଆସିଛି, ଯେଉଁଥିରେ କି ଆରଟି ଓ ଆରଆଇଏ ସମାଚାର ଏଜେନ୍ସି ଭଳି ସରକାର ସମର୍ଥିତ ଚ୍ୟାନେଲର ଆକାଉଣ୍ଟକୁ କ୍ଷତି ପହଞ୍ଚାଇଛି ।
ରୁଷିଆରେ ଏହି କଟକଣା ଉପରେ ଫେସବୁକ ଓ ଇନଷ୍ଟାଗ୍ରାମର ପେରେଣ୍ଟ କଂପାନୀ ମେଟାର ବୈଶ୍ୱିକ ମାମଲାର ପ୍ରମୁଖ ନିକ କ୍ଲେଗ କହିଛନ୍ତି ଯେ, କଂପାନୀ ନିଜର ସେବା ପ୍ରଦାନ କରିବା ପାଇଁ ସବୁକିଛି ସେବା ଜାରି ରଖିବ । ଏକ ଟୁଇଟର ପୋଷ୍ଟରେ ସେ କହିଛନ୍ତି ଖୁବ ଶୀଘ୍ର ଲକ୍ଷ ଲକ୍ଷ ରୁଷୀୟ ନାଗରିକ ବିଶ୍ୱସନୀୟ ସୂଚନା ନିଜକୁ କଟାଯାଇଥିବା ଜାଣିବାକୁ ପାଇପାରିବେ ।
Powered by Froala Editor