ୟୁକ୍ରେନରେ ବନ୍ଦୀ ନାହାଁନ୍ତି ଭାରତୀୟ ଛାତ୍ର

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୟଙ୍କର ରୂପ ଧାରଣ କରିଛି । ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ସବୁଠି ହା ହା କାର ପରିସ୍ଥିତି । ଏହି ଯୁଦ୍ଧ ପରିସ୍ଥିତିକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି । ଆଜି ଯୁଦ୍ଧର ନବମ ଦିନ । ନିଜର ଲକ୍ଷ ପୂରଣ ପାଇଁ ଋଷ ପକ୍ଷରୁ ଭୟଙ୍କର ଆକ୍ରମଣ କରାଯାଉଛି । ଏହାରି ଭିତରେ ୟୁକ୍ରେନରେ ଫସିଥିବା ସମସ୍ତ ଭାରତୀୟଙ୍କୁ ଅପରେସନ-ଗଙ୍ଗା ଦ୍ୱାରା ସ୍ୱଦେଶ ଫେରାଇ ଅଣାଯାଉଛି ।
ଭାରତକୁ ଖଣ୍ଡାଧାରରେ ଚାଲିବାକୁ ପଡୁଛି । ଭାରତ ନିଜ ସବୁ ଋତୁରୁ ବନ୍ଧୁ ଋଷକୁ ଜାତିସଂଘରେ ନିରାଶ କରିନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥାବାର୍ତ୍ତା ହୋଇଥିଲେ । ଏହି ଅବସରରେ ଦୁଇ ନେତା ଯୁଦ୍ଧ ପରିସ୍ଥିତି ଉପରେ ସମୀକ୍ଷା କରିଥିଲେ । ଭାରତୀୟମାନଙ୍କୁ ୟୁକ୍ରେନରୁ ନିରାପଦରେ ଫେରାଇ ଆଣିବା ପାଇଁ ଫେବୃଆରୀ ୨୬ରୁ ଆରମ୍ଭ ହୋଇଥିବା ଅପରେସନ-ଗଙ୍ଗା ବିଷୟରେ ଆଳୋଚନା ହୋଇଥିଲା ।
ପୁଟିନ୍ କହିଥିଲେ ତାଙ୍କ ଦେଶ ମାନବିକ କରିଡର ସାହାଯ୍ୟରେ ବିଦେଶୀ ନାଗରିକଙ୍କୁ ସୁରକ୍ଷିତ ଫେରିବା ପାଇଁ ବ୍ୟବସ୍ଥା କରିବ । ପୁଟିନଙ୍କ ଏହି ନିଦେ୍ର୍ଧଶ କାର୍ଯ୍ୟକାରୀ ହୋଇଥିବା ଜଣାପଡିଛି । କେତେକ ଚେକ୍ପୋଷ୍ଟରେ ୟୁକ୍ରେନ ସେନା ଭାରତୀ ଛାତ୍ରମାନଙ୍କୁ ଛାଡିବାକୁ ଚାହୁଁନଥିବା ଅଭିଯୋଗ ହୋଇଥିଲା । କେତେକ ଭାରତୀୟ ଛାତ୍ରଙ୍କୁ ୟୁକ୍ରେନ ସେନା ପଣବନ୍ଦୀ କରି ରଖିଛି ବୋଲି ଋଷ ସେନା ମଧ୍ୟ ଅଭିଯୋଗ କରିଥିଲା । ତେବେ ଭାରତ ଋଷର ଏହି ଅଭିଯୋଗକୁ ଖଣ୍ଡନ କରିଛି।
Powered by Froala Editor