କ୍ୱିଭରେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ

କ୍ୱିଭ: ଋଷ-ୟୁକ୍ରେନ ମଧ୍ୟରେ ଚାଲିଛି ଭୟଙ୍କର ଯୁଦ୍ଧ । ଆଜି ଯୁଦ୍ଧର ନବମ ଦିନ । ଦିନ ଯେତେ ବଢୁଛି, ଋଷର ତାଣ୍ଡବ ସେତେ ତୀବ୍ର ହେଉଛି । ଦିନରେ ବି ଗର୍ଜୁଛି ମିଶାଇଲ, ଜଳୁଛି ସହର ପରେ ସହର । ଏହାକୁ ନେଇ ଚିନ୍ତାରେ ସାରା ବିଶ୍ୱ । ଏଥିପାଇଁ ସେଠାରେ ଥିବା ପ୍ରବାସୀ ଭାରତୀୟ ମାନଙ୍କୁ ଅପରେସନ-ଗଙ୍ଗା ମାଧ୍ୟମରେ ସ୍ୱଦେଶ ଫେରାଇ ଅଣାଯାଉଛି ।
ତଥାପି ସେଠାରେ ଭାରତୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ନିକଟରେ ଗୁଳି ମାଡରେ ଜଣେ ଭାରତୀୟ ଛାତ୍ର ପ୍ରାଣ ହରାଇଥିବାବେଳେ ଆଜି ସକାଳୁ ଗୁଳି ଫିୁଟିବାରୁ ଜଣେ ଭାରତୀୟ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି । ଛାତ୍ର ଜଣଙ୍କ ୟୁକ୍ରେନର ରାଜଧାନୀ କ୍ୱିଭରୁ ପୋଲାଣ୍ଡ ସୀମାକୁ ଆସୁଥିବା ବେଳେ ତାଙ୍କ ଦେହରେ ଗୁଳି ବାଜିଥିବା ଜଣାପଡିଛି । ଏ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ବିକେ ସିଂହ ସୂଚନା ଦେଇଛନ୍ତି । ତେବେ ଛାତ୍ର ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତିି କରାଯାଇଥିବା ସୂଚନା ମିଳିଛି ।
Powered by Froala Editor