ୟୁକ୍ରେନରେ କୌଣସି ଭାରତୀୟ ନାଗରିକଙ୍କୁ ପଣବନ୍ଦୀ ରଖାଯାଇନାହିଁ

ୟୁକ୍ରେନରେ କୌଣସି ଭାରତୀୟ ଛାତ୍ରଙ୍କୁ ପଣବନ୍ଦୀ କରି ରଖାଯାଇନାହିଁ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହା ସ୍ପଷ୍ଟ କରିଛି । ୟୁକ୍ରେନ ଉପରେ ଆକ୍ରମଣ ମଧ୍ୟରେ ଖାର୍କିବରେ ଶତାଧିକ ଭାରତୀୟ ଛାତ୍ରଛାତ୍ରୀ ପଣବନ୍ଦୀ ଥିବା କହିଥିଲା ଋଷ । ଏବେ ଏହା ଉପରେ ଜବାବ ରଖିଛି ଭାରତ ।
ବୈଦେଶିକ ବ୍ୟାପାର ବିଭାଗ ମୁଖପାତ୍ର ଅରିନ୍ଦମ ବାଗ୍ଚୀ କହିଛନ୍ତି, ୟୁକ୍ରେନ୍ସ୍ଥିତ ଭାରତୀୟ ଦୂତାବାସରେ ଅଟକି ରହିଥିବା ଭାରତୀୟ ନାଗରିକମାନଙ୍କ ସହ ନିରନ୍ତର ଯୋଗାଯୋଗ ରକ୍ଷା କରାଯାଉଛି । ଏ ସଂକ୍ରାନ୍ତରେ ସେମାନେ ୟୁକ୍ରେନ୍ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଯୋଗାଯୋଗ ରକ୍ଷା କରିଛନ୍ତି। ଏଥିରେ ୟୁକ୍ରେନ୍ କର୍ତ୍ତୃପକ୍ଷ ସାହାଯ୍ୟ କରିଥିବାରୁ ଭାରତ କୃତଜ୍ଞତା ଜଣାଇଛି। ଭାରତୀୟ ନାଗରିକ ମାନଙ୍କୁ ଆଶ୍ରୟ ଦେଇଥିବା ୟୁକ୍ରେନ୍ର ପଶ୍ଚିମାଞ୍ଚଳ ଦେଶଗୁଡ଼ିକୁ ମଧ୍ୟ ଭାରତ କୃତଜ୍ଞତା ଜଣାଇଛି । ତେବେ କୌଣସି ଭାରତୀୟ ଛାତ୍ରଙ୍କୁ ପଣବନ୍ଦୀ କରି ରଖାଯାଇଥିବା ବିଷୟରେ ଖବର ହସ୍ତଗତ ହୋଇନାହିଁ ।
ଏହାପୂର୍ବରୁ ଋଷ ସେନା ପ୍ରବକ୍ତା କହିଥିଲା ଯେ, ୟୁକ୍ରେନ ଭାରତୀୟ ଛାତ୍ରଛାତ୍ରୀଙ୍କୁ ପଣବନ୍ଦୀ କରି ରଖିଛି । ଏବଂ ଋଷ ସେନା ସେମାନଙ୍କୁ ସୁରକ୍ଷିତ ଦେଶକୁ ଫେରିବାକୁ ସବୁ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛି । ସେମାନେ ଋଷର ବିମାନ କିମ୍ବା ଭାରତ ବିମାନ ସାହାଯ୍ୟରେ ଛାତ୍ରଛାତ୍ରୀ ଭାରତକୁ ଆଣିବେ । ଋଷର ଏହି ଦାବିର କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନ ବର୍ତ୍ତାଳପ କରିଥିଲେ ଏବଂ ପୂର୍ବ ୟୁକ୍ରେନର ଖାର୍କିବର ପରିସ୍ଥିତି ଉପରେ ଚର୍ଚ୍ଚା କରିଥିଲେ ।
Powered by Froala Editor