ଭାରତର ଜାତୀୟ ପତକା ଧରି ୟୁକ୍ରେନରୁ ଆସୁଛନ୍ତି ପାକ୍, ତୁର୍କୀ ଛାତ୍ର
ବୁଖାରେଷ୍ଟ: ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୟଙ୍କର ରୂପ ଧାରଣ କରିଛି । ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ସବୁଠି ହା ହା କାର ପରିସ୍ଥିତି । ଏହି ଯୁଦ୍ଧ ପରିସ୍ଥିତିକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି । ୟୁକ୍ରେନ ଉପରେ ଋଷର ତାଣ୍ଡବ ଲୀଳା ଜାରି ରହିଛ । ଏହାରି ଭିତରେ ଅପରେଶନ ଗଙ୍ଗା ମାଧ୍ୟମରେ ସ୍ୱଦେଶ ଫେରୁଛନ୍ତି ପ୍ରବାସୀ ଭାରତୀୟ । ୱାର ଜୋନରୁ ସ୍ୱଦେଶ ଫେରୁଛନ୍ତି ପ୍ରବାସୀ ଭାରତୀୟ ଓ ଛାତ୍ରଛାତ୍ରୀ ।
ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ବିଦେଶୀ ନାଗରିକମାନେ ପ୍ରାଣ ବିକଳରେ ଦେଶ ଛାଡୁଥିବାବେଳେ ସେଠାରୁ ପାକିସ୍ତାନ ଏବଂ ତୁର୍କୀ ଛାତ୍ରମାନଙ୍କ ଆସିବା ମାର୍ଗ ଏତେ ସହଜ ନୁହେଁ । ୟୁକ୍ରେନ ସୈନିକମାନେ ପାକିସ୍ତାନ ଏବଂ ତୁର୍କୀର ନାଗରିକ ଓ ଛାତ୍ରଛାତ୍ରୀମାନଙ୍କୁ ଟାର୍ଗେଟ କରୁଥିବାରୁ ସେମାନେ ଏବେ ଭାରତର ଜାତୀୟ ପତକା ଧରି ଖସିବାକୁ ସମର୍ଥ ହେଉଛନ୍ତି । ବହୁ ସଂଖ୍ୟାରେ ତୁର୍କୀ ଓ ପାକ୍ ଛାତ୍ରଛାତ୍ରୀ ଜାତୀୟ ପତକା ଧରି ସୀମା ଅତିକ୍ରମ କରୁଥିବା ଜଣାପଡିଛି । ରୋମାନିଅର ବୁଖାରେଷ୍ଟରେ ପହଞ୍ଚିବା ଭାରତୀୟ ଛାତ୍ରମାନେ କହିଛନ୍ତି ଯେ, ଭାରତର ଜାତୀୟ ପତକା ଯୋଗୁଁ ପାକିସ୍ତାନ ଏବଂ ତୁର୍କୀ ଛାତ୍ର ସୀମା ଅତିକ୍ରମ କରିବାରେ ସମର୍ଥ ହେଉଛନ୍ତି ।
Powered by Froala Editor