ଖେରସନ୍ ସହର ଋଷ କବ୍ଜାରେ
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୟଙ୍କର ରୂପ ଧାରଣ କରିଛି । ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ସବୁଠି ହା ହା କାର ପରିସ୍ଥିତି । ଏହି ଯୁଦ୍ଧ ପରିସ୍ଥିତିକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି । ୟୁକ୍ରେନ ଉପରେ ଋଷର ତାଣ୍ଡବ ଲୀଳା ଜାରି ରହିଛ । ୟୁକ୍ରେନ କିଭ୍ ଉପରେ ଋଷିଆ ପ୍ରଚଣ୍ଡ ଆକ୍ରମଣ କରିଛି । ୟୁକ୍ରେନର ମୁଖ୍ୟ ରେଳ ଷ୍ଟେସନରେ ଋଷ ସେନା ରକେଟ ମାଡ କରିଛି । ଋଷ ଟାର୍ଗେଟରେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ବିଲ୍ଡିଂ ରହିଥିବା ସୂଚନା ମିଳିଛି । ୟୁକ୍ରେନର ଅନ୍ୟତମ ବଡ ସହର ଖେରସନକୁ ଋଷିଆ ଅକ୍ତିଆର କରିଛି ।
ଦକ୍ଷିଣ ୟୁକ୍ରେନର ଖେରସନ୍ ସହରକୁ ଋଷ ନିଜ ନିୟନ୍ତ୍ରଣକୁ ନେଇଯାଇଛି । ଏହି ସହରର ସମସ୍ତ ସାମରିକ ପ୍ରତିଷ୍ଠାନ ଧ୍ୱଂସ ହୋଇଛି ଏବଂ କୌଣସି ସ୍ଥାନରେ ୟୁକ୍ରେନ ସେନାର ପ୍ରଭାବ ଦେଖିବାକୁ ମିଳୁନାହିଁ । ଋଷ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ, ଏହି ସହରକୁ ସଂପୂର୍ଣ୍ଣ ଭାବେ ୟୁକ୍ରେନ୍ ସାମରିକ ବାହିନୀ କବଳରୁ ମୁକ୍ତ କରାଯାଇଛି । ନାଗରିକମାନଙ୍କୁ ଯେଭଳି କ୍ଷତି ନ ପହଞ୍ଚିବ ସେଥିପାଇଁ ବ୍ୟବସ୍ଥା କରାଯାଇଛି । ଖେରସନ ର ଆଂଚଳିକ କେନ୍ଦ୍ରକୁ ଋଷର ସେନାବାହିନୀ ନିଜ ନିୟନ୍ତ୍ରଣକୁ ନେବା ସହ ସହରର ସମସସ୍ତ ସୀମା ନିୟନ୍ତ୍ରଣ ମଧ୍ୟ ଋଷ ସେନା ହାତକୁ ଯାଇଛି । ଏଠାରେ ସାଧାରଣ ପରିବହନ ବ୍ୟବସ୍ଥା ଜାରି ରଖିବାକୁ ଋଷ ସେନା ଅନୁମତି ଦେଇଛି । ସହରରେ ଖାଦ୍ୟ କିମ୍ବା ଅନ୍ୟ ଅତ୍ୟାବଶ୍ୟକ ଜିନିଷର ଅଭାବ ନାହିଁ ବୋଲି କୁହାଯାଇଛି । ଖେରସନ୍ ଋଷ ନିୟନ୍ତ୍ରଣକୁ ଯିବାପରେ ସେଠାରେ ଋଷ ସମର୍ଥକ ୟୁକ୍ରେନ ନାଗରିକମାନେ ଏହାକୁ ସ୍ୱାଗତ କରିଛନ୍ତି ।
Powered by Froala Editor