ଆସନ୍ତା ସପ୍ତାହରେ ୨୫ ଟଙ୍କା ମହଙ୍ଗା ହୋଇପାରେ ତେଲ ଦର
ନୂଆଦିଲ୍ଲୀ: ଗତ ମାସେ ଧରି ତୈଳ ଦର ସ୍ଥିର ରହିବା ପରେ ଆସନ୍ତା ସପ୍ତାହରେ ପୁଣି ବଢିବ ତେଲ ଦର । ଆସନ୍ତା ସପ୍ତାହ ବିଧାନସଭା ନିର୍ବାଚନ ଶେଷ ହେବା ପରେ କମ୍ପାନୀ ଗୁଡ଼ିକ ଦରବୃଦ୍ଧି ଆରମ୍ଭ କରିବେ ବୋଲି ଅନୁମାନ କରାଯାଉଛି । ଆସନ୍ତା ସପ୍ତାହରେ ପାଖପାଖି ୨୫ ଟଙ୍କା ବଢିଯାଇପାରେ ତେଲ ଦର । ଉତରପ୍ରଦେଶ ନିର୍ବାଚନ ଆସନ୍ତା ସପ୍ତାହରେ ଶେଷ ହେବା ପରେ ତୈଳ ଦର ବଢିବା ଅନୁମାନ କରାଯାଉଛି । କାରଣ ୟୁକ୍ରେନ- ରୁଷ ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ବ୍ୟାରେଲ ପିଛା ୧୧୩ ଡଲାର ଅତିକ୍ରମ କରିଛି ।
ଆଉ ଭାରତର ତେଲ କଂପାନୀ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ପାଖାପାଖି ୯ ଟଙ୍କା କ୍ଷତି ସହୁଛନ୍ତି ଭାରତର ତେଲ କଂପାନୀ । ତେଣୁ ବିଧାନସଭା ନିର୍ବାଚନ ଶେଷ ହେବା ପରେ ପେଟ୍ରୋଲ, ଡିଜେଲ ଦର ବଢିବ ବୋଲି ଚର୍ଚ୍ଚା ହେଉଛି । ପେଟ୍ରୋଲ, ଡିଜେଲ ଦର ରାଜନୈତିକ ଦୃଷ୍ଟିକୋଣରୁ ସମ୍ବେଦନଶୀଳ ପ୍ରସଙ୍ଗ । ଭୋଟ ବିଗିଡିବାର ଆଶଙ୍କାରେ ତେଲ ଦର ଦୀର୍ଘ ୧୧୮ ଦିନ ହେଲା ବଢାଇ ନାହାନ୍ତି ।
Powered by Froala Editor