ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ
ଋଷ-ୟୁକ୍ରେନ୍ ଯୁଦ୍ଧରେ ଆଖି ବୁଜିଛନ୍ତି ଆଉ ଜଣେ ଭାରତୀୟ ଛାତ୍ର । ମୃତକଙ୍କ ନାଁ ହେଉଛି ଚନ୍ଦନ ଜିନ୍ଦଲ(୨୨) । ସେ ପଞ୍ଜାବର ବାସିନ୍ଦା ବୋଲି କୁହାଯାଉଛି। ତେବେ ଋଷର ଆକ୍ରମଣ ପାଇଁ ନୁହେଁ ବରଂ ବ୍ରେନ ଷ୍ଟ୍ରୋକ ପାଇଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସୂଚନା ମୁତାବକ, ଚନ୍ଦନ ଜିନ୍ଦଲ ୟୁକ୍ରେନର ଭିନିଟିସିଆ ନ୍ୟାସନାଲ ପାଇରୋଗୋଭ ମେମୋରିଆଲ ମେଡିକାଲ ୟୁନିଭରସିଟିରେ ଅଧ୍ୟୟନ କରୁଥିଲେ। ହଠାତ୍ ସେ ଅସୁସ୍ଥ ହେବା ପରେ ତାଙ୍କୁ ଭିନିଟିସିଆର ଜରୁରୀକାଳୀନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ। ପରେ ମସ୍ତିଷ୍କରେ ଇସକିମିଆ ଷ୍ଟ୍ରୋକ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସେ ଚିକିତ୍ସିତ ଅବସ୍ଥାରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି। ମୃତ୍ୟୁ ଖବର ମିଳିବା ପରେ ଶେଷ ରୀତିନୀତି ପାଇଁ ତାଙ୍କ ଶରୀରକୁ ଭାରତ ଆଣିବା ନେଇ ବ୍ୟବସ୍ଥା କରିବାକୁ ତାଙ୍କ ବାପା କେନ୍ଦ୍ରକୁ ଅନୁରୋଧ କରିଛନ୍ତି।
ସୂଚନା ଅନୁସାରେ, ମଙ୍ଗଳବାର ଖାର୍କିଭରେ ଋଷ ସେନାର ବୋମାମାଡ଼ରେ କର୍ଣ୍ଣାଟକରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ବଙ୍କରରୁ ବାହାରି ଖାଦ୍ୟ ଆଣିବାକୁ ଯାଇଥିବା ବେଳେ ବୋମାମାଡ଼ କରିଥିଲେ ଋଷ ସୈନିକ ।
ଅନ୍ୟପଟେ ୟୁକ୍ରେନ୍ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ନୂଆ ଆଡଭାଇଜରୀ ଜାରି ହୋଇଛି । ଖାର୍କିଭରେ ଥିବା ସମସ୍ତ ଭାରତୀୟଙ୍କୁ ତୁରନ୍ତ ଛାଡ଼ିବାକୁ କୁହାଯାଇଛି ।
Powered by Froala Editor