ଯୁଦ୍ଧରେ ସାମିଲ ହେବନି, କିନ୍ତୁ ମାନବୀୟ ସହାୟତା ଯୋଗାଇବ ଭାରତ
ରୁଷିଆ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତ କାହାର ପକ୍ଷ ନେଉନଥିଲେ ମଧ୍ୟ ମାନବିକତା ଦୃଷ୍ଟିରୁ ଏଥିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି। ସୋମବାର ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗ୍ଚି ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆମେ ୟୁକ୍ରେନ୍କୁ ମାନବୀୟ ସାହାଯ୍ୟ ପଠାଇବୁ। ଏଥିରେ ମେଡିସିନ୍ ବି ରହିଛି। ମଙ୍ଗଳବାର ଏହା ପଠାଯିବ ।
ଦୁଇ ଦେଶରେ ଯୁଦ୍ଧ କାରଣରୁ ୟୁକ୍ରେନର ହଜାର ହଜାର ଲୋକ ସୀମାବର୍ତ୍ତୀ ଅଞ୍ଚଳକୁ ଚାଲି ଆସୁଛନ୍ତି । ଫଳରେ ସେଠାରେ ମାନବୀୟ ସଙ୍କଟ ଉପୁଜିଛି । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ନେଇ କରାଯାଉଥିବା ପ୍ରୟାସର ସମୀକ୍ଷା କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନର ମାନବୀୟ ସଙ୍କଟ କଥା ଆଲୋଚନାକୁ ଆଣିଥିଲେ । ଏଥିପାଇଁ ମଙ୍ଗଳବାର ସହାୟତା ଯୋଗାଇ ଦିଆଯିବ ବୋଲି ନିଷ୍ୱତ୍ତି ନିଆଯାଇଛି ।
ଭାରତୀୟ ବୈଦେଶିକ ମନ୍ତ୍ରାଳୟର କହିବାନୁସାରେ, ଆମେ ୟୁକ୍ରେନ୍ରେ ଫସିଥିବା ଭାରତୀୟ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ୍ ଗଙ୍ଗା ଲଞ୍ଚ୍ କରିଛୁ। ଏହି ଅପରେସନ୍ରେ ଇତି ମଧ୍ୟରେ ୧୪,୦୦୦ ଲୋକଙ୍କୁ ୬ଟି ବିମାନ ଯୋଗେ ଭାରତକୁ ଅଣାଯାଇଛି। ଏଥିରୁ ୪ଟି ବିମାନ ରୋମାନିଆର ବୁକାରେଷ୍ଟରୁ ଆସିଥିବା ବେଳେ ୨ଟି ବିମାନ ହଙ୍ଗେରୀରୁ ବୁଡ଼ାପେଷ୍ଟରୁ ଭାରତକୁ ଆସିଛନ୍ତି।
Powered by Froala Editor