କାଉଣ୍ଟିଂ ଅପଡେଟ: ବିଜେଡି ୩୫୨, ବିଜେପି ୨୨, କଂଗ୍ରେସ ୧୭

ଭୁବନେଶ୍ୱର: ଆଜି ପଞ୍ଚାୟତ ଭୋଟ ଗଣତିର ଦ୍ୱିତୀୟ ଦିନ । ତେବେ ବର୍ତ୍ତମାନର ଟ୍ରେଣ୍ଡିଂ ଅନୁସାରେ ସକାଳ ୧୧.୨୨ ସୁଦ୍ଧା ୩୯୬ ଜିଲ୍ଲା ପରିଷଦ ଆସନରୁ ବିଜେଡି-୩୫୨, ବିଜେପି-୨୨, କଂଗ୍ରସ ୧୭ ଓ ଅନ୍ୟ ୦୫ ଅଛି ।
ତେବେ ମୟୂରଭଂଜରୁ ମାଲକାନଗିରି । ପୁରୀରୁ ନୂଆପଡ଼ା । ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ଶଙ୍ଖନାଦ । ଦୁଇ ବିରୋଧୀ ବିଜେପି ଓ କଂଗ୍ରେସଠୁ ବହୁ ଆଗରେ ବିଜେଡି । ପ୍ରଥମ ଦିନ ପଞ୍ଚାୟତ ଭୋଟ୍ ଗଣତିରୁ ଯେଉଁ ସଂଖ୍ୟା ଆସୁଛି ତାହା ଶାସକ ବିଜେଡି ପାଇଁ ସୁନାମି ସଦୃଶ ହୋଇଛି । ପ୍ରଥମ ଦିନର ଭୋଟ ଗଣତିରେ ବିଜେଡିକୁ ମିଳିଛି ବିପୁଳ ସଫଳତା । ଭୋଟରଙ୍କ ଭରସା ସାଜିଛି ବିଜୁ ଜନତା ଦଳ । ମିଛ ପ୍ରତିଶ୍ରୁତି କି ମନଗଢ଼ା କାହାଣୀ ନୁହେଁ ସ୍ୱଚ୍ଛ ଶାସନକୁ ଭରସା କରିଛନ୍ତି ଭୋଟର । ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ସଙ୍କେତ ମିଳୁଥିଲା । କିନ୍ତୁ ବିଜେପି ଓ କଂଗ୍ରେସକୁ ଏତେ ପଛରେ ପକାଇ ଦେବ ବୋଲି ବୋଧହୁଏ କେହି ଭାବି ନଥିଲେ ।
ରାଜ୍ୟରେ ଚାଲିଛି ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି। ଅଜି ସକାଳ ୮ଟାରୁ ଦ୍ଵିତୀୟ ପର୍ୟ୍ୟାୟ ଭୋଟ ଗଣତି ଆରମ୍ଭ ହୋଇଛି। ୩୦୭ ଜିଲ୍ଲା ପରିଷଦ ଜୋନରେ ଚାଲିଛି ଭୋଟ୍ ଗଣତି କାର୍ୟ୍ୟ। ଫେବ୍ରୁଆରୀ ୨୮ ଭୋଟ୍ ଗଣତି କାର୍ୟ୍ୟ ଶେଷ ହେବ। ଗଣତି କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ଚାଲିଥିବା ବେଳେ, ମୋଟ ୧ ଲକ୍ଷ ୫୬ ହଜାର ୭୫୩ ଓ୍ୱାର୍ଡ ମେମ୍ବର, ୩୨ ହଜାର ୮୬୦ ସରପଞ୍ଚ, ୨୭ ହଜାର ୩୪ ସମିତି ସଭ୍ୟ ଓ ୩ ହଜାର ୩୩୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଗତକାଲି ଭୋଟ୍ ଗଣତିର ପ୍ରଥମ ଦିନରେ ୩୧୫ ଜୋନରେ ଭୋଟ୍ ଗଣତି ହୋଇଥିଲା।
Powered by Froala Editor