ଭୋଟ୍ ଦେବାକୁ ଲାଇନ୍ରେ ଛିଡ଼ା ହୋଇଥିଲେ, ଟଳି ପଡ଼ିଲେ ମହିଳା

ବଲାଙ୍ଗୀର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ନିମନ୍ତେ ଗୁରୁବାର ଭୋଟ୍ ଚାଲିଛି । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଭୋଟ୍ର ମତଦାନ କରୁଛନ୍ତି । ଏଭଳି ପରିସ୍ଥିତିରେ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ୍ ବନାରସ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଜଣେ ମହିଳା ମତ ସାବ୍ୟସ୍ତ କରିବାକୁ ଆସିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗୁଲାପି ମହାକୁର । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
ଗୁଲାପି ବନାରସ ଗାଁର ୮ ନମ୍ବର ବୁଥ୍କୁ ଭୋଟ୍ ଦେବାକୁ ଆସିଥିଲେ । ଭିଡ଼ ଥିବାରୁ ସେ ଧାଡ଼ିରେ ଛିଡ଼ା ହୋଇଥିଲେ । ଏହି ସମୟରେ ସେ ଅସୁସ୍ଥତା ଅନୁଭବ କରିଥିଲେ । କିଛି କ୍ଷଣ ଭିତରେ ସଂଜ୍ଞାହୀନ ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ଅଧା ବାଟରେ ତାଙ୍କର ଜୀବନ ଚାଲି ଯାଇଥିଲା । ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
Powered by Froala Editor