ବାଲ୍ୟ ବିବାହ ଅଟକାଇଲା ପ୍ରଶାସନ

ଭୁବନେଶ୍ୱର: ବାଲ୍ୟ ବିବାହ ଏକ ଦଣ୍ଡନୀୟ ଅପରାଧ ହୋଇଥିବାବେଳ ଆଜି ବି ବାଲ୍ୟ ବିବାହର ଶିକାର ହେଉଛନ୍ତି ଅନେକ ନାବାଳିକା । ଆଜି ରାଜଧାନୀରେ ଏକ ବାଲ୍ୟ ବିବାହ ଚାଲୁଥିବାବେଳେ ପ୍ରଶାସନ ଅଟକାଇଛି ।
ସୂଚନା ଅନୁସାରେ ଖଣ୍ଡଗିରି ନିକଟ ଡୁମୁଡୁମାରେ ବିବାହ କାର୍ଯ୍ୟ ଚାଲୁଥିଲା । ସୂଚନା ପାଇ ପୋଲିସ୍, ଚାଇଲ୍ଡ ଲାଇନ ଓ ସିଡିପିଓ ଉକ୍ତ ସ୍ଥାନରେ ପହଞ୍ଚି ମିଳିତ ଚଢାଉ କରି ବିବାହ କାର୍ଯ୍ୟ ଅଟକାଇଲେ । ନାବାଳିକାକୁ ଉଦ୍ଧାର କରିଥିଲେ । ଉଦ୍ଧାର ନାବାଳିକାକୁ ଚାଇଲ୍ଡ ଲାଇନକୁ ପ୍ରଶାସନ ହସ୍ତାନ୍ତର କରିଛି । ନକଲି ଆଧାରକାର୍ଡ ବଳରେ ବୟସ ଅଧିକ ଦେଖାଇ ବିବାହ ଚାଲିଥିବା ଅଭିଯୋଗ ହୋଇଛି ।
Powered by Froala Editor