ପୋଦିନା ପତ୍ରର ଉପକାରିତା ବିଷୟରେ ଜାଣନ୍ତୁ
ସୂର୍ଯ୍ୟଙ୍କର ପ୍ରଖର କିରଣରେ ହୁ ହୁ ହୋଇ ବଢୁଛି ତାପମାତ୍ରା । ତୀବ୍ର ବେଗରେ ଶରୀରରେ ଜଳୀୟଅଂଶ କମିବାରେ ଲାଗିଛି । ସେଥିପାଇଁ ଘରେ ଘରେ ପଖାଳର ଆସର ଜମୁଛି । ପଖାଳ ସହ ଲୋକେ ନାନା ପ୍ରକାରର ଆଇଟମ୍ ବନେଇଥାନ୍ତି । ଯଦି ପଖାଳ ସହ ପୋଦିନା ଚଟଣି ଓ ବଡିଚୁରା ମିଳିଯାଏ ତାହେଲେ ତ ମଜା ଆସିଯାଏ । ପୋଦିନା ଚଟଣୀର ଅନେକ ଉପକାରୀ ଗୁଣ ରହିଥାଏ । କେବଳ ଉପକାରୀ ଗୁଣ ନୁହେଁ ଏହା ଖାଇବାକୁ ମଧ୍ୟ ଖୁବ୍ ସୁଆଦିଆ ଲାଗିଥାଏ । ଖରାଦିନରେ ପେଟ ଶୀଘ୍ର ଗରମ ହୁଏ । ସେଥିରୁ ରକ୍ଷା ପାଇବାକୁ ହେଲେ ପଖାଳ ସହ ପୋଦିନା ଛେଚା ମିଶେଇ ଖାଆନ୍ତୁ । ବାହାରୁ ଆସିବାମାତ୍ରେ ଲେମ୍ବୁ ପାଣିରେ ଦୁଇ ଚାମଚ ପୋଦିନା ରସ ମିଶାଇ ପିଇନିଅନ୍ତୁ । ଏହା ଏକ ଶକ୍ତିବର୍ଦ୍ଧକ ପାନୀୟ ଅଟେ ।
.ଗରମପାଣିରେ ୫-୭ଟି ପୋଦିନା ପତ୍ର ମିଶାଇ ବାମ୍ଫ ନିଅନ୍ତୁ । ଏପରି କଲେ ଥଣ୍ଡା, ସର୍ଦ୍ଧି ଆଦି ସଂକ୍ରମଣରୁ ରକ୍ଷା ପାଇପାରିବେ ।
.ପ୍ରତିଦିନ ପୋଦିନା ଚଟଣୀ ଖାଇବା ଦ୍ୱାରା ଖାଦ୍ୟ ଭଲରେ ହଜମ ହେବା ସହ ମୁଣ୍ଡ ବିନ୍ଧା ସମସ୍ୟା ଦୂର ହୋଇଥାଏ ।
.ପୋଦିନାପତ୍ର ବାମ୍ଫନେଲେ ସମୟକ୍ରମେ ନିଦ୍ରାହୀନତା ସମସ୍ୟା ମଧ୍ୟ ଦୂର ହୋଇଥାଏ ।
.ଏହି ରସକୁ ଲେମ୍ବୁ ପାଣିରେ ମିଶାଇ ପିଇଲେ ଶରୀରରେ ପ୍ରଚୁର ପରିମାଣରେ ରୋଗପ୍ରତିରୋଧକ ଶକ୍ତି ବଢିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
Powered by Froala Editor