ଇଶ୍ୱରପ୍ପାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ପାଇଁ ବିଧାନସଭାରେ ଶୋଇଲେ ବିଧାୟକ

କର୍ଣ୍ଣାଟକର ଗ୍ରାମ ବିକାଶ ଏବଂ ପଞ୍ଚାୟତ ରାଜ ମନ୍ତ୍ରୀ କେଏସ୍ ଇଶ୍ୱରପ୍ପା ତ୍ରିରଙ୍ଗା ପତକାକୁ ନେଇ ଦେଇଥିବା ବୟାନକୁ ନେଇ ବିବାଦ ଘନେଇବାରେ ଲାଗିଛି। ଇଶ୍ୱରପ୍ପା ଇସ୍ତଫା ଦାବିରେ ଗୁରୁବାର ରାତିସାରା ବିଧାନସଭାରେ ଉତ୍ତେଜନା ପ୍ରକାଶ ପାଇଥିଲା । କଂଗ୍ରେସ ବିଧାୟକମାନେ ଏଠାରେ ଏକ ନିଆରା ଢଙ୍ଗରେ ବିରୋଧ କରିଛନ୍ତି । ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ବିଧାନସଭା ଗୃହରେ ରାତି ବିତାଇଛନ୍ତି କଂଗ୍ରେସ ବିଧାୟକ। ବିଧାନସଭା ଭିତରେ ହିଁ କଂଗ୍ରେସ ବିଧାୟକମାନେ ଶୋଇ ରହି ପ୍ରତିବାଦ କରିଛନ୍ତି।
ଇଶ୍ୱରପ୍ପା ଦାବି କରଥିଲେ ଯେ ଭବିଷ୍ୟତରେ କେବଳ ଗେରୁଆ ପତାକା ଜାତୀୟ ପତାକା ହୋଇପାରିବ । ତାଙ୍କ ମନ୍ତବ୍ୟକୁ ରାଷ୍ଟ୍ର ବିରୋଧୀ ବୋଲି ବର୍ଣ୍ଣନା କରି କଂଗ୍ରେସ ବିଧାୟକମାନେ ବିଧାନସଭାରେ ହଙ୍ଗାମା ଆରମ୍ଭ କରିଥିଲେ । ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ପରେ କର୍ଣ୍ଣାଟକ ବିଧାନସଭାରେ ବିରୋଧୀ ଦଳର ନେତା ସିଦ୍ଧରମୈୟା ଏବଂ କଂଗ୍ରେସ ରାଜ୍ୟ ସଭାପତି ଡି.କେ ଶିବକୁମାରଙ୍କ ନେତୃତ୍ୱରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ସେମାନଙ୍କର ଦାବି ଥିଲା ଯେ ଇଶ୍ୱରପ୍ପାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ଉଚିତ ଏବଂ ତାଙ୍କୁ କ୍ୟାବିନେଟରୁ ବରଖାସ୍ତ କରାଯାଉ। ଏହା ପରେ ଉତ୍ତେଜନା ବଢିବାକୁ ଲାଗିଛି। କଂଗ୍ରେସ ବିଧାୟକମାନେ କର୍ଣ୍ଣାଟକ ବିଧାନସଭା ଗୃହରେ ରାତି କଟାଇଛନ୍ତି। ଏହାର ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଅନେକ ବିଧାୟକ ବିଧାନସଭା ଗୃହ ଭିତରେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗଦି ଏବଂ ତକିଆ ପକାଇ ଶୋଇଥିବା ଦେଖିବାକୁ ମିଳିଛି।
Powered by Froala Editor